ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର

baijayanta

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାରେ ସି ପ୍ଲେନ୍‌ ଅବତରଣ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଆଜି ତାଙ୍କ ହେଲିକପ୍ଟରକୁ ପୁଲିସ ଜବତ କରିଥିବାରୁ ଏହାର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି-“ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିପକ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବା ବେଳେ ତୃତୀୟ ମହଲା ଇଙ୍ଗିତରେ ଏଭଳି କରାଯାଇଥିବା ସଂପୃକ୍ତ ପୁଲିସ ଅଧିକାରୀ ସ୍ୱୀକାର କରିଛନ୍ତି।”

baijayanta-pandaଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୈଜୟନ୍ତ ଗସ୍ତ କରୁଥିବାରୁ ତାଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହା ଏକ ଅପଚେଷ୍ଟା। ଏପରି କରି ସେମାନେ ତାଙ୍କୁ ରୋକିପାରିବେ ନାହିଁ ବୋଲି ବୈଜୟନ୍ତ ଟ୍ୱିଟ୍‌ରେ ଦର୍ଶାଇଛନ୍ତି।

ଚିଲିକାର ନୋ ଫ୍ଲାଇଂ ଜୋନ୍‌ରେ ଗତ ୧୫ ତାରିଖରେ ଏକ ସି-ପ୍ଲେନ୍‌ ଉଡୁଥିବା ନେଇ ଗଣମାଧ୍ୟମର ଖବର ଆଧାରରେ ସିଡିଏ କର୍ତ୍ତୃପକ୍ଷ ପୁରୀ ଅରଖକୁଦା ମେରାଇନ୍‌ ଥାନାରେ ଏତଲା ଦେଇଥିଲେ।

baijayanta1ବୈଜୟନ୍ତ ଅନ୍ୟ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ୧୫ ତାରିଖ ଦିନ ଗୋଟାଏ ୩୦ ମିନଟ୍‌ରେ ସି-ପ୍ଲେନ୍‌ ଉଡ଼ିଥିବା କଥା ସିଡିଏ କର୍ତ୍ତୃପକ୍ଷ ପୂର୍ବରୁ FIRରେ ଉଲ୍ଲେଖ କରିଥିଲେ। ତେବେ ପରେ ତାହାକୁ ହେଲିକପ୍ଟର ବୋଲି ବଦଳା ଯାଇଥିଲା।

ତେବେ ଗୋଟାଏ ୩୦ ବେଳକୁ ତାଙ୍କ ହେଲିକପ୍ଟର ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ସାରିଥିବା କଥା ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ସବୁ ତଥ୍ୟ ATC ରେକର୍ଡରେ ଲିପିବଦ୍ଧ ଥିବା ଦର୍ଶାଇ ଶ୍ରୀ ପଣ୍ଡା କହିଛନ୍ତି ଏହା ତାଙ୍କୁ ଅଯଥା ବିବାଦ ମଧ୍ୟକୁ ଟାଣିବାର ଏକ ଅପଚେଷ୍ଟା ମାତ୍ର।



from Odisha Reporter https://ift.tt/2OyzDiM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages