
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। କେବଳ ଓଡ଼ିଶା ନୁହେଁ, ଅଭିଜିତ୍ ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ।
ଅଭିଜିତ୍ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍ ହେପାଜତକୁ ନେଇ ପଚରା ଉଚରା କରିବା ପରେ ଗିରଫ କରିଛି। ଏହାପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଯିବ। ଓଡ଼ିଶା ପୁଲିସ୍ ଅଭିଜିତ୍ଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇପାରେ।
ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ଅଭିଜିତ୍ ଓଡ଼ିଶାର କଳା ଓ ଐତିହ୍ୟ ପ୍ରତି ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ନେଇ ଆଜି ବିଧାନସଭାରେ ମଧ୍ୟ ହୋହାଲ୍ଲା ହୋଇଥିଲା। ଘଟଣାର ତଦନ୍ତ ପାଇଁ ବାଚସ୍ପତି ଗୃହ କମିଟି ଗଠନ କରିଥିଲେ।
from Odisha Reporter https://ift.tt/2OEp3GU
No comments:
Post a Comment