
ଡେରାଡୁନ୍: ଗାଈକୁ ‘ରାଷ୍ଟ୍ରମାତା’ ଘୋଷଣା କରିବା ପାଇଁ ଉତ୍ତରାଖଣ୍ଡ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି।
ପ୍ରାଣୀପାଳନ ମନ୍ତ୍ରୀ ରେଖା ଆର୍ଯ୍ୟ ସଂକଳ୍ପଟିକୁ ଗୃହରେ ଉପସ୍ଥାପନ କରିଥିଲେ। ବିରୋଧୀ ଦଳଗୁଡ଼ିକର ବିରୋଧ ଭିତରେ ଏହା ଗୃହରେ ପାରିତ ହୋଇ ଯାଇଥିଲା।
ସଂକଳ୍ପଟିକୁ ଗୃହରେ ଉପସ୍ଥାପନ କରିବା ଅବସରରେ ମନ୍ତ୍ରୀ ରେଖା ଆର୍ଯ୍ୟ ଦାବି କରିଥିଲେ ଯେ ଗାଈ ହେଉଛି ଏକମାତ୍ର ଜୀବ ଯେ କେବଳ ନିଃଶ୍ୱାସରେ ଅମ୍ଳଜାନ ନିଏ ଓ ପ୍ରଶ୍ୱାସରେ ବି ଅମ୍ଳଜାନ ଛାଡ଼େ। ଗାଈ ମୁତ୍ରରେ ଔଷଧୀୟ ଗୁଣ ରହିଛି। ସେମାନେ ମାତୃତ୍ୱର ପ୍ରତୀକ। ନବଜାତ ଶିଶୁଙ୍କ ପାଇଁ ମା’ କ୍ଷୀର ପରେ ଗାଈ କ୍ଷୀର ହିଁ ସର୍ବୋତ୍ତମ ବୋଲି ବିଜ୍ଞାନ କହୁଛି।”
ପାରିତ ହୋଇଥିବା ସଂକଳ୍ପଟିକୁ ସ୍ୱୀକୃତି ଦେବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ‘ଗୌ ସେବା ଆୟୋଗ’ ଗଠନ କରିଛନ୍ତି। ତେବେ ନିକଟରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ନୋଟିସ୍ ଜାରି କରି ଗାଈଗୋରୁମାନେ କାହିଁକି ବାହାରେ ଶୌଚ କରୁଛନ୍ତି ପଚାରିବା ସହିତ ସେମାନଙ୍କ ରହିବା ପାଇଁ ଘର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଦିଗରେ ସରକାର ବିଶେଷ କିଛି ପଦକ୍ଷେପ ନେଇ ନାହାନ୍ତି।
from Odisha Reporter https://ift.tt/2MPlID8
No comments:
Post a Comment