ଓଡ଼ିଆ ଶିଖି ନଥିବା ବ୍ୟକ୍ତି ଏକନମ୍ବର ହେଲେ କେମିତି : ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଓଡ଼ିଆ ଶିଖି ନଥିବା ବ୍ୟକ୍ତି ଏକନମ୍ବର ହେଲେ କେମିତି : ଦାମ

dama

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅଫିସରଙ୍କୁ ସମାଲୋଚନା କରୁଥିବା ଡାକ୍ତର ରାଉତ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଉପରେ ଆଜି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ୨୦ବର୍ଷ ହେଲା ଓଡ଼ିଆ କହି ଆସୁନି । କାକିନାଡ଼ାରୁ ଆସି ରିକ୍ସା ବାଲା ଏଠି ୪ମାସ ପରେ ଖଣ୍ଡି ଓଡ଼ିଆରେ କଥା କହୁଛନ୍ତି। ମାତ୍ର ନବୀନବାବୁ ଓଡ଼ିଶାର ହୋଇ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଆ ଶିଖିନାହାନ୍ତି। ସେ ଏକ ନମ୍ବର ହେଲେ କେମିତି? ଇଂରାଜୀରେ ଲେଖା ଓଡ଼ିଆ ପଢ଼ି ନବୀନବାବୁ ଭାଷଣ ଦେଉଛନ୍ତି।ଏହାଠୁ ଲଜ୍ଜା ଆଉ କିଛି ନାହିଁ। ବିଜୁବାବୁଙ୍କ ପୁଅ ହୋଇ କିଭଳି ଓଡ଼ିଆ କହିପାରୁନାହାନ୍ତି ବୋଲି ଡାକ୍ତର ରାଉତ ଓଲଟା ପ୍ରଶ୍ନ କରିଛନ୍ତି।

ସାମ୍ବାଦିକମାନଙ୍କୁ ଆହୁରି ପ୍ରତିକ୍ରିୟା ଦେଇ ଡା. ରାଉତ କହିଛନ୍ତି ଯେ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ହୁଏତ ରାଜଧାନୀବାସୀ ଖୁସି ହେବେ। କିନ୍ତୁ ସାଧାରଣ ଲୋକଙ୍କ ଜୀବନ ତଳିତଳାନ୍ତ ହେବାରେ ଲାଗିଛି ।

ସେହିପରି କୃଷିକର୍ମଣ ପୁରସ୍କାର ପାଇବାର ଗୁମର ଖୋଲି ପୂର୍ବତନ କୃଷି ମନ୍ତ୍ରୀ ଡାକ୍ତର ରାଉତ କହିଛନ୍ତି ଯେ ପରିସଂଖ୍ୟାନକୁ ଏପଟସେପଟ କରି ରାଜ୍ୟ ସରକାର କୃଷିକର୍ମଣ ପୁରସ୍କାର ପାଉଛନ୍ତି।ଏଠି ସାର ନାଁରେ ମାଟି ବିକ୍ରି କରି ଦୁର୍ନୀତି ହେଉଛି। କୃଷି ଯନ୍ତ୍ରପାତି କିଣା ନାଁରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଉଛି।

ସୂଚନାଯୋଗ୍ୟ, ପୂର୍ବରୁ ତୃତୀୟ ମହଲାର ଅଣଓଡ଼ିଆ ଅଧିକାରୀ ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଥିବା ଡାକ୍ତର ରାଉତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ନେଇ ବିଜେଡି ଶିବିର ସରଗରମ ହୋଇପଡ଼ିଛି।



from Odisha Reporter https://ift.tt/2DD20eQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages