ଲଞ୍ଚ୍‌ ହେଲା Redmi Note 6 Pro, ଜାଣନ୍ତୁ କେତେ ଦାମ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଲଞ୍ଚ୍‌ ହେଲା Redmi Note 6 Pro, ଜାଣନ୍ତୁ କେତେ ଦାମ୍‌?

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ସାଓମି ଏହାର ନୂଆ ମଡେଲ୍‌ Redmi Note 6 Proକୁ ଲଞ୍ଚ୍‌ କରିଛି। ଏହା Redmi Note 5 Proର ଅପ୍‌ଗ୍ରେଡେଡ୍ ଭର୍ସନ୍‌। ଏହାକୁ ଏବେ ଥାଇଲ୍ୟାଣ୍ଡରେ ଲଞ୍ଚ୍ କରାଯାଇଛି। ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଥିରେ ଡୁଆଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି।

 ସ୍ପେଶିଫିକେଶନ୍:
ଏହି ସ୍ମାର୍ଟଫୋନ୍‌ରେ ୬.୨୬ ଇଞ୍ଚର ଫୁଲ୍‌ ଏଚଡି ଡିସ୍‌ପ୍ଲେ ଦିଆଯାଇଛି ଓ ଏହାର ଏସ୍ପେଟ ରେସିଓ ୧୯:୯ ରହିଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୩୬ ପ୍ରୋସେସର ସହ ୪ଜିବି ରାମ୍‌ ଦିଆଯାଇଛି।  ଏହାର ଇଣ୍ଟରନାଲ ମେମୋjr ୬୪ ଜିବି ରହିଛି, ଯାହାକୁ ଏସଡି କାର୍ଡ ଜରିଆରେ ବଢ଼ାଯାଇ ପାରିବ। ଡିସ୍‌ପ୍ଲେ ପ୍ରୋଟେକ୍ସନ ପାଇଁ ଏଥିରେ କର୍ନିଙ୍ଗ ଗରିଲା ଗ୍ଲାସ ଦିଆଯାଇଛି।

ପଟୋଗ୍ରାଫି ପାଇଁ ଏଥିରେ ଡୁଆଲ୍‌ ରିୟର କ୍ୟାମେରା ଦିଆଯାଇଛି, ଯେଉଁଥିରେ ଗୋଟିଏ ୧୨ମେଗା ପିକ୍ସେଲ ହୋଇଥିବାବେଳେ ଅନ୍ୟଟି ୫ ମେଗାପିକ୍ସେଲ। ସେଲ୍‌ଫି ବ୍ୟୁଟିଫିକେଶନ ପାଇଁ ଏଥିରେ AI ଫିଚର୍‌ ଦିଆଯାଇଛି। ଏହାର ବ୍ୟାଟେରୀ ୪,୦୦୦mAhର ରହିଛି।  କମ୍ପାନୀର କହିବା ଅନୁଯାୟୀ, ଏହାକୁ ଥରେ ଫୁଲ୍‌ ଚାର୍ଜ କରି ୨ ଦିନ ଯାଏ ଚଲାଇ ହେବ।

ଭାରତୀୟ ମୁଦ୍ରାରେ ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ପ୍ରାୟ ୧୫ ହଜାର ୭୦୦ ଟଙ୍କା ରହିଛି। ଏହା ହେଉଛି ୪ଜିବି ରାମ୍‌ ଓ ୬୪ ଜିବି ଇଣ୍ଟରନାଲ ମୋମୋରି ଭ୍ୟାରିୟାଣ୍ଟ୍‌ ସ୍ମାର୍ଟ୍‌ ଫୋନ୍‌ର ମୂଲ୍ୟ। ଏହାର  ଦ୍ୱିତୀୟ ଭ୍ୟାରିଆଣ୍ଟ୍‌ ଆସିବା ସମ୍ପର୍କରେ କୌଣସି ସୂଚନା ମିଳ ନାହିଁ। ଥାଇଲ୍ୟାଣ୍ଡରେ ଏହା ୩୦ ସେପ୍ଟେମ୍ବରରୁ ବ୍ଲାକ୍‌, ବ୍ଲୁ, ଓ ରୋଜ ଗୋଲ୍ଡ କଲର୍ ଭ୍ୟାରିଆଣ୍ଟରେ ମିଳିବ। ଭାରତୀୟ ବଜରରେ ଏହାର ବିକ୍ରି କେବେଠାରୁ ଆରମ୍ଭ ହେବ, ସେ ନେଇ କମ୍ପାନୀ କୌଣସି ସୂଚନା ମଧ୍ୟ ଦେଇନାହିଁ।



from Odisha Reporter https://ift.tt/2Ra4PGL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages