ନବ ବିବାହିତାଙ୍କ ସହ ତାନ୍ତ୍ରିକ କଲେ ଏମିତି କାମ, ସୁଯୋଗ ଛାଡ଼ିଲେନି ଦେଡ଼ଶୁର ଓ ନଣନ୍ଦଙ୍କ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ନବ ବିବାହିତାଙ୍କ ସହ ତାନ୍ତ୍ରିକ କଲେ ଏମିତି କାମ, ସୁଯୋଗ ଛାଡ଼ିଲେନି ଦେଡ଼ଶୁର ଓ ନଣନ୍ଦଙ୍କ ସ୍ୱାମୀ

କୁରୁକ୍ଷେତ୍ର: ହରିଆଣାର ଯମୁନାନଗରରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଜଣେ ତାନ୍ତ୍ରିକ ନବ ବିବାହିତ ମହିଳାଙ୍କୁ ଗୁଣି ଗାରେଡ଼ି ଦ୍ୱାରା ବଶ କରି ତାଙ୍କୁ ୩ ଦିନ ଧରି ଦୁଷ୍କର୍ମ କରିଛନ୍ତି। ଏହି ଗୁଣି ଗାରେଡ଼ିର ଫାଇଦା ତାଙ୍କ ଦେଡ଼ଶୁର ଓ ନଣନ୍ଦଙ୍କ ସ୍ୱାମୀ ମଧ୍ୟ ଉଠାଇ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ପୁଲିସ୍‌ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧୨ରେ ଯମୁନାନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କୁରୁକ୍ଷେତ୍ରର ଜଣେ ଯୁବତୀ ବିବାହ କରିଥିଲେ। ବାହାଘର ପରେ ପୁଅ ଘର ଲୋକ ଝିଅର ବାପାଙ୍କୁ ଫୋନ୍‌ କରି ତୁମ ଝିଅ ଜଣେ ମାନସିକ ରୋଗୀ ବୋଲି କହିଥିଲେ। ଏକଥା ଶୁଣି ବାପା ସଙ୍ଗେସଙ୍ଗେ ଝିଅର ଶାଶୂଘରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଝିଅକୁ ଅଚେତ୍‌ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଝିଅର ଚେତା ଫେରିବା ପରେ ସେ ବାପାଙ୍କ ଆଗରେ ସବୁ କଥା କହିଥିଲେ।

ତାଙ୍କ ଅଭିଯୋଗ ଅନୁଯାୟୀ, ବାହାଘରର ପ୍ରଥମ ଦିନ ଶାଶୂଘର ଲୋକେ ଜଣେ ତାନ୍ତ୍ରିକଙ୍କୁ ଘରକୁ ଡାକିଥିଲେ। ସେହି ତାନ୍ତ୍ରିକ ଜଣଙ୍କ ଗୁଣି ଗାରେଡ଼ି ଦ୍ୱାରା ତାଙ୍କୁ ବଶ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇ ଥିଲେ। ୩ ଦିନ ପର୍ଯ୍ୟନ୍ତ ତାନ୍ତ୍ରିକଙ୍କ ଜଣଙ୍କ ମହିଳାଙ୍କୁ ମନଭରି ଉପଭୋଗ କରିଥିଲେ। ଏହି ସମୟରେ ମହିଳାଙ୍କ ଦେଡ଼ଶୁର ଓ ନଣନ୍ଦଙ୍କ ସ୍ୱାମୀ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ତିନିଦିନ ମଧ୍ୟରେ ମହିଳାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ବାପା କହିଛନ୍ତି, ଏହି ଘଟଣାରେ ମୋ ଝିଅର ଶାଶୂ ଓ ଦୁଇ ଜଣ ନଣନ୍ଦ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2NMubwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages