ବିଏସ୍‌ଏନ୍‌ଏଲ୍‌ର ୧୮ ଟଙ୍କିଆ ଅନ୍‌ଲିମିଟେଡ୍‌ ପ୍ୟାକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ବିଏସ୍‌ଏନ୍‌ଏଲ୍‌ର ୧୮ ଟଙ୍କିଆ ଅନ୍‌ଲିମିଟେଡ୍‌ ପ୍ୟାକ୍

(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍‌ ବାବଦରେ ଘୋଷଣା କରିଛି। ଏଥିରେ ୨ ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଭିଡିଓ କଲ୍‌ ଏବଂ ଅନ୍‌ଲିମିଟେଡ୍‌ ଡାଟା ଉପଲବ୍ଧ ହେବ।

ବିଏସ୍‌ଏନ୍‌ଏଲ୍‌ ପ୍ରିମିୟମ୍‌ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ଘୋଷଣା କରିଛି ଯେଉଁଥିରେ ୧୮ ପ୍ରତିଶତର ଅତିରିକ୍ତ ଟକ୍‌ଟାଇମ୍‌ ମିଳିବ। ସେହିଭଳି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୫ ଜିବିର ଡାଟା ରହିବ, ୧୨୦୧ ଟଙ୍କାର ରିଚାର୍ଜରେ ୧୪୧୭ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୦ ଜିବିର ଡାଟା ପ୍ୟାକ୍‌ ରହିବ।

ପୂର୍ବରୁ ସର୍ବାଗ୍ରେ ଥିବା ଟେଲିକମ୍ କମ୍ପାନୀ ଜିଓ ୧୯ ଟଙ୍କାର ପ୍ୟାକ୍ ବାବଦରେ ଘୋଷଣା କରିଥିଲା। ଏଥିରେ ଦୈନିକ ମାତ୍ର ୦.୧୫ ଜିବି ଡାଟା ଅଫର ଥିଲା। ଏହି ନୂତନ ଅଫର୍‌ ଆସନ୍ତା ଅକ୍ଟୋବର ପହିଲାରୁ ଅକ୍ଟୋବର ୧୮ ଯାଏ ସମଗ୍ର ଭାରତରେ ଉପଲବ୍ଧ ହେବ।



from Odisha Reporter https://ift.tt/2Qicf9B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages