‘ଭାରତ ବନ୍ଦ’ ବେଳେ ବି ବଢ଼ିଲା ତୈଳଦର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

‘ଭାରତ ବନ୍ଦ’ ବେଳେ ବି ବଢ଼ିଲା ତୈଳଦର 

ନୂଆଦିଲ୍ଲୀ: ତୈଳଦର ବୃଦ୍ଧିକୁ ନେଇ ଗୋଟିଏ ପଟେ ବିରୋଧୀ ଦଳଗୁଡ଼ିକ ସୋମବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଅନ୍ୟପଟେ ଆଜି ବି ପେଟ୍ରୋଲ ଓ ଡିଜେଲ୍‌ ଦରରେ ବୃଦ୍ଧି ଘଟିଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର୍‌ ପିଛା ୨୩ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ଲିଟର୍‌ ପିଛା ୨୨ ପଇସା ବଢ଼ିଛି।
 
ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୮୦.୭୩ ଟଙ୍କା ହୋଇଥିବା ବେଳେ ଡିଜେଲ୍‌ର ଦର ଲିଟର୍‌ ପିଛା ୭୨.୮୩ ଟଙ୍କାରେ ପହଞ୍ଚିଛି। ତେବେ ଏଭଳି ବର୍ଦ୍ଧିତ ଦର ଯୋଗୁ ମୁମ୍ବାଇବାସୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ପେଟ୍ରୋଲ ଲିଟର୍‌ ପିଛା ଦର ୮୮.୧୨ ଟଙ୍କା ହୋଇଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୭.୩୨ ଟଙ୍କା ରହିଛି।
 
ସେହିପରି ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର୍‌ ପିଛା ଦର ୮୩.୩୬ ଟଙ୍କା ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୨.୮୩ ଟଙ୍କା ରହିଛି। ହାଇଦ୍ରାବାଦ୍‌ରେ ପେଟ୍ରୋଲ୍‌ର ଲିଟର୍‌ ପିଛା ୮୫.୬୦ ଓ ଡିଜେଲ୍‌ର ଲିଟର ପିଛା ଦର ୭୯.୨୨ ଟଙ୍କା ରହିଛି। 
 
ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଦର ୮୩.୯୧ ଟଙ୍କା ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୬.୯୮ ରହିଛି। କୋଲକାତାରେ ପେଟ୍ରୋଲ୍‌ର ଲିଟର୍‌ ପିଛା ଦର ୮୩.୬୧ ଟଙ୍କା ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୫.୬୮ ଟଙ୍କାରେ ପହଞ୍ଚିଛି।
 
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଗଷ୍ଟ ୧୬ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ପେଟ୍ରୋଲର ଲିଟର୍‌ ପିଛା ଦର ୩.୪୨ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୩.୮୪ ଟଙ୍କା ମହଙ୍ଗା ହୋଇଛି।
 
ବର୍ଦ୍ଧିତ ଦର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେଉଥିଲେ ହେଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦର କେମିତି ହ୍ରାସ ଘଟିବ ସେକଥା ଚିନ୍ତା କରୁନାହାନ୍ତି। ବିଶେଷଜ୍ଞଙ୍କ ମତରେ ନିର୍ବାଚନ ସମୟରେ ହିଁ ତୈଳଦର ହ୍ରାସ ଘଟିବ। ତା’ ପୂର୍ବରୁ ତୈଳଦର ଶସ୍ତା ହେବାର କୌଣସି ସମ୍ଭାବନା ନାହିଁ। 


from Odisha Reporter https://ift.tt/2MfmyZQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages