ଅପହରଣ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପସଭାପତିଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଅପହରଣ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପସଭାପତିଙ୍କୁ ହତ୍ୟା

ମୁମ୍ବାଇ: ଅପହରଣ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପସଭାପତି ସିଦ୍ଧାର୍ଥ ସିଙ୍ଘଭୀଙ୍କୁ ହତ୍ୟା କରାଯାଇଛି। ସୋମବାର ସକାଳେ ମୁମ୍ବାଇ ପୁଲିସ୍‌ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଗତ ସପ୍ତାହରୁ ସେ ନିଖୋଜ ଥିଲେ।
 
ସିଦ୍ଧାର୍ଥ ନିଖୋଜ ହେବା ପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏପରି କି ଗତକାଲି ପୁଲିସ୍‌ ଏହି ଘଟଣାରେ ସର୍ଫରାଜ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏବେ ପୁଲିସ୍‌ ହତ୍ୟାକାରୀଙ୍କୁ ଖୋଜିବା ପାଇଁ ସର୍ଫରାଜଙ୍କୁ ଅଧିକ ପଚରାଉଚରା କରିବା ଆରମ୍ଭ କରିଛି।
 
ସେପ୍ଟେମ୍ବର ୫ରେ କମଲା ମିଲ୍ସ୍‌ ନିକଟସ୍ଥ ତାଙ୍କ ଅଫିସ ନିକଟରୁ ୩୯ ବର୍ଷୀୟ ସିଦ୍ଧାର୍ଥଙ୍କୁ ଅପହରଣ କରାଯାଇଥିଲା। ସେପ୍ଟେମ୍ବର ୬ରେ ନଭି ମୁମ୍ବାଇ ଅଞ୍ଚଳରୁ ରକ୍ତଛିଟା ଲାଗିଥିବା ତାଙ୍କ କାରକୁ  ଜବତ କରାଯାଇଥିଲା। 
 
ପୁଲିସ୍‌ ସର୍ଫରାଜକୁ ଗିରଫ କରିବା ପରେ ସିଦ୍ଧାର୍ଥଙ୍କୁ ହତ୍ୟା କରାଯାଇଥିବା କଥା ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିବା ପରେ କଲ୍ୟାଣ ଜାତୀୟ ରାଜପଥ ନିକଟରେ ଫୋପାଡ଼ି ଦେଇଥିଲେ। 
 
ଏହି ଖବର ପାଇବା ପରେ ଏନ୍‌ଏମ୍‌ ଯୋଶୀ ମାର୍ଗ ପୁଲିସ୍‌ ଲୋୟର ପାର୍ଲେ ଅଞ୍ଚଳରୁ ଆଉ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି। କିନ୍ତୁ ତାଙ୍କ ପରିଚୟ ପୁଲିସ୍‌ ସାର୍ବଜନୀନ କରିନାହିଁ। 
 
ମାଲାବର୍‌ ହିଲ୍ସ୍‌ ନିକଟରେ ରହୁଥିବା ସିଦ୍ଧାର୍ଥଙ୍କୁ ବୃତ୍ତିଗତ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରିଛି।
 
ସିଦ୍ଧାର୍ଥ ୨୦୦୭ରେ ଏଚଡିଏଫ୍‌ସି ବ୍ୟାଙ୍କରେ ସିନିୟର୍‌ ମ୍ୟାନେଜର୍‌ ଭାବେ ନିଯୁକ୍ତି ପାଇଥିଲେ। ୨୦୧୧ରେ ତାଙ୍କୁ ପଦୋନ୍ନତି ମିଳିଥିଲା। ସେ ୨୦୧୧ରୁ ୨୦୧୫ ଯାଏ ଅତିରିକ୍ତ ଉପସଭାପତି ଓ ୨୦୧୫ରୁ ୨୦୧୭ ଜାନୁଆରୀ ଯାଏ ଡେପୁଟି ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। 
 
୨୦୧୭ ଜାନୁଆରୀରେ ତାଙ୍କୁ ବ୍ୟାଙ୍କର ଉପସଭାପତି ପଦ ମିଳିଥିଲା। ୧୦ ବର୍ଷ ମଧ୍ୟରେ ତାଙ୍କୁ ୩ଥର ପଦନ୍ନୋତି ମିଳିଥିବାରୁ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଈର୍ଷା ଓ ଅସୂୟା ଭାବ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। 


from Odisha Reporter https://ift.tt/2wXHxL9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages