ରାତିର ଅନ୍ଧାରରେ ସ୍ମାର୍ଟ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ ପରିଣାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ରାତିର ଅନ୍ଧାରରେ ସ୍ମାର୍ଟ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ ପରିଣାମ

ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଉଠେ, କୁହାଯାଏ କାନ ଖୋଲିକି ଶୁଣ। ହେଲେ ଏ ବିଷୟର ଆଖି ସହ ସମ୍ବନ୍ଧ ରହିଛି। ତେଣୁ ଆପଣଙ୍କୁ ଆଖି ଖୋଲି ଏହି ବିଷୟ ଉପରେ ନଜର ଦେବାକୁ ପଡ଼ିବ।

କ’ଣ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ଉଠିବା ପରେ ନିଜର ସ୍ମାର୍ଟ ଫୋନ୍‌କୁ ଚେକ୍‌ କରୁଛନ୍ତି। ଯଦି ହଁ, ତେବେ ଆପଣଙ୍କୁ ସାବଧାନ ହୋଇଯିବାକୁ ପଡ଼ିବ। ନଚେତ୍‌ ଯେଉଁ ସ୍ମାର୍ଟ ଫୋନ୍‌କୁ ଆପଣ ରାତିର ଅନ୍ଧାରରେ ଚେକ୍‌ କରୁଛନ୍ତି, ସେହି ଫୋନ୍‌ ସକାଳ ହେବା ବେଳକୁ ଆପଣଙ୍କ ଦୃଷ୍ଟିଶକ୍ତି ଛଡ଼ାଇନେଇପାରେ।

ବୈଜ୍ଞାନିକ ଏବଂ ଡାକ୍ତରଙ୍କ ମତରେ ଏହାକୁ  ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡନେସ୍‌ କୁହାଯାଉଛି। ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡନେସ୍ ସେତେବେଳେ ଉପୁଜିବ ଯେତେବେଳେ ଜଣେ ବ୍ୟକ୍ତି ରାତିର ଅନ୍ଧାରରେ ନିଜର ସ୍ମାର୍ଟ ଫୋନ୍‌କୁ ଦୀର୍ଘ ସମୟ ଧରି ଦେଖିବ।  ଏହି ସମୟରେ ଯଦି ଆପଣଙ୍କ ଗୋଟିଏ ଆଖି ଅଧା ବନ୍ଦ ରହୁଛି ଆଉ ଗୋଟିଏ ଖୋଲା ରହୁଛି, ତେବେ ଆପଣ ଅସ୍ଥାୟୀ ଭାବେ ଅନ୍ଧ ହୋଇପାରନ୍ତି।

ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ପକ୍ଷରୁ କିଛି ଦିନ ପୂର୍ବେ ଏନେଇ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ପ୍ରକାଶ ପାଇଥିଲା ଯେ, ଅଧିକ ସମୟ ମୋବାଇଲ ଫୋନ୍‌ ବ୍ୟବହାର ଦ୍ୱାରା ଆପଣ ଡ୍ରାଇ ଆଇ ଅର୍ଥାତ ଶୁଷ୍କ ଆଖି ସମସ୍ୟାରେ ପଡ଼ିପାରନ୍ତି।  ବିଶେଷ କରି  ଛୋଟ ପିଲାମାନେ ରାତିରେ ଏହି ସ୍ମାର୍ଟ ଫୋନ୍‌ ବ୍ୟବହାରଠାରୁ ଦୂରେଇ ରହିବା ଉଚିତ୍‌।

ନଚେତ୍‌ ଏହା ଦୃଷ୍ଟି ଶକ୍ତି ହ୍ରାସର କାରଣ ପାଲଟିପାରେ। ଫଳରେ ପିଲାର ଏକାଡେମିକ୍ ପ୍ରଦର୍ଶନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ରିପୋର୍ଟରେ କୁହାଯାଇଥିଲା ଯେ, ଆମ ଆଖିର ରେଟିନା ଖୁବ୍‌ ସମ୍ବେଦନଶୀଳ। ଆଲୋକରୁ ଅନ୍ଧାର ହେଉ କି ଅନ୍ଧାରରୁ ଆଲୋକ ହେଉ, ରେଟିନା ହିଁ ଆ‌ମର ଦୃଷ୍ଟି ଶକ୍ତିକୁ ଖାପ୍‌ଖୁଆଇ ଥାଏ। ଅନ୍ଧାରରୁ ଆଲୋକକୁ ଯିବା ପରେ ଦୃଷ୍ଟି ଶକ୍ତି ସ୍ଵାଭାବିକ୍ ଅବସ୍ଥାକୁ ଫେରିବାକୁ ୫ରୁ ୭ ମିନିଟ୍‌ ଲାଗିଯାଏ। ତେଣୁ ହଠାତ୍‌ ଅଧିକ ବ୍ରାଇଟ୍‌ନେସର ମୋବାଇଲ ଦେଖିବା ମାତ୍ରେ ରେଟିନା ଆଡଜଷ୍ଟ  କରିପାରେନା। ତେଣୁ ଆଖିର ଦୃଷ୍ଟି ଶକ୍ତି କମିଯିବାର କାରଣ ପାଲଟିଥାଏ। ଆଉ ନିୟମିତ ଅଭ୍ୟାସ୍‌ ଥିଲେ ଆପଣ ଅଳ୍ପ ବୟସରୁ ମଧ୍ୟ ଦୃଷ୍ଟିଶକ୍ତି ହରାଇ ପାରନ୍ତି।



from Odisha Reporter https://ift.tt/2QAxx3g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages