ବୈଜୟନ୍ତଙ୍କୁ ଟାର୍ଗେଟ୍‌ କରି ଫସିଲେ ନବୀନ: ବୁମେରାଂ ହେଲା ହେଲିକପ୍ଟର ପ୍ରସଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ବୈଜୟନ୍ତଙ୍କୁ ଟାର୍ଗେଟ୍‌ କରି ଫସିଲେ ନବୀନ: ବୁମେରାଂ ହେଲା ହେଲିକପ୍ଟର ପ୍ରସଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକାରେ ସି-ପ୍ଲେନ୍‌ ଅବତରଣ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁଲିସ ସିଜ୍ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ପାଲଟିଛି। ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଅବତରଣ କରିଥିବା ଅଭିଯୋଗ ଆଣି ପୁଲିସ ନେଇଥିବା ତରବରିଆ କାର୍ଯ୍ୟାନୁଷ୍ଠାନ ଏବଂ ବିଧାନସଭା ଭିତରେ ଓ ବାହାରେ ଧାରଣା ଦେଇ ଶାସକ ବିଜେଡି ବିଛାଇଥିବା ଜାଲରେ ନିଜେ ଫସିଛି।

ଗତ କିଛିବର୍ଷ ଧରି ଶାସକ ଦଳର ନେତା-ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅନେକଥର ଚିଲିକାରେ ହେଲିକପ୍ଟର ଅବତରଣ କରିଥିବାବେଳେ ରାଜ୍ୟ ସରକାର ଖୋଦ୍ ୨୦୧୫ ଜୁନ୍ ୨୭ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭୁବନେଶ୍ୱର-ଚିଲିକା ଭାୟା କୋଣାର୍କ ଓ ପୁରୀ ମାର୍ଗରେ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ।ବୋଧହୁଏ ଏକଥାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ରାଜ୍ୟ ସରକାର ଭୁଲିଯାଇଛନ୍ତି। ସେହି ସମୟରେ ସରକାରରେ ମନ୍ତ୍ରୀ ଥିବା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମେତ ଏବେ ଚିଲିକାରେ ବିମାନ ଚଳାଚଳକୁ ବିରୋଧ କରୁଥିବା ବିଜେଡି ନେତାମାନେ ଏହାକୁ ନିରବ ସମର୍ଥନ ଜଣାଇଥିଲେ।

ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ୱର-ଚିଲିକା ମଧ୍ୟରେ ବିମାନ ସେବା ନିମନ୍ତେ ଭୁବନେଶ୍ୱରରେ ପବନହଂସ ନାମକ ବିମାନ ଚଳାଚଳ କମ୍ପାନୀର ସିଏମଡି ବିପି ଶର୍ମାଙ୍କ ସହ ତତ୍କାଳୀନ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି ଓ ବରିଷ୍ଠ ଅଧିକାରୀମାନଙ୍କ ବୈଠକ ହୋଇଥିଲା ।

ସେତେବେଳେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସାଧାରଣ ପ୍ରଶାସନ ସଚିବ ଜିଭିଭି ଶର୍ମା କହିଥିଲେ, ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ୱର-ଚିଲିକା ଏବଂ ଭୁବନେଶ୍ୱର-ପାରାଦୀପ ମଧ୍ୟରେ ବିମାନ ଚଳାଚଳ ହେବ। ଏଥିପାଇଁ କମ୍ପାନୀକୁ ମଧ୍ୟ ଦୁଇବର୍ଷ ପାଇଁ ସବସିଡି ଓ ଅନ୍ୟାନ୍ୟ ସୁବିଧା ଦେବାକୁ ସ୍ଥିର ହୋଇଛି। ଅବଶ୍ୟ ବ୍ୟବସାୟିକ କ୍ଷତି ଆକଳନ କରି ପବନହଂସ କମ୍ପାନୀ ଏହି ବିମାନ ସେବା ପାଇଁ ରାଜି ହୋଇନଥିଲା। କିନ୍ତୁ ଏହି ପ୍ରସ୍ତାବ ଏବେ ବି ସରକାରଙ୍କ ସକ୍ରିୟ ବିଚାରଧୀନ ଅଛି।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ସରକାର ମାତ୍ର ୩ବର୍ଷ ପୂର୍ବରୁ ଚିଲିକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଚିଲିକାରେ ହେଲିକପ୍ଟର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିଲା ସେହି ସରକାରର ମୁଖିଆ ଓ ପୃଷ୍ଠପୋଷକ ସାଜିଥିବା ଦ୍ୱିତୀୟ କ୍ଷମତାକେନ୍ଦ୍ର କିଭଳି ଚିଲିକା ଉପରେ ହେଲିକପ୍ଟର ଉଡ଼ାଣକୁ ପ୍ରସଙ୍ଗ କରିଛନ୍ତି ? ଆଉ ତାଙ୍କ ନିର୍ଦ୍ଦେଶରେ ପୁଲିସ କାଠକଣ୍ଢେଇ ସାଜି ଶ୍ରୀ ପଣ୍ଡାଙ୍କ ବିମାନ ଓ ହ୍ୟାଙ୍ଗରକୁ ଜବତ କରିଛି?

ଗତବର୍ଷ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଚିଲିକାରେ ଏକ ତାରକା ହୋଟେଲ ଉଦଘାଟନ କରିବାକୁ ହେଲିକପ୍ଟରରେ ସେଠାକୁ ଯାଇଥିଲେ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରିଥିବା ତାଙ୍କର ବ୍ୟକ୍ତିଗତ ସଚିବ ତଥା ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର କ’ଣ ଏସବୁ ଭୁଲି ଯାଇଛନ୍ତି? ବ୍ୟବସାୟିକସ୍ତରରେ ବିମାନ ସେବା ଆରମ୍ଭ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ହେବା ଏବଂ ମୁଖ୍ୟମନ୍ତ୍ରୀ ନିଜେ ହେଲିକପ୍ଟରରେ ଅବତରଣ କରିବାବେଳେ କ’ଣ ଚିଲିକାର ଜୈବ ବିବିଧତା ନଷ୍ଟ ହେଉନଥିଲା?

ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ପ୍ରତିହିଂସାପରାୟଣ ହୋଇ ଦ୍ୱିତୀୟ କ୍ଷମତାକେନ୍ଦ୍ର ଏତେ ତଳକୁ ଏବେ ଖସିଯାଇଛନ୍ତି ଯେ ତାଙ୍କ ଇଙ୍ଗିତରେ ଉଠବସ ହେଉଥିବା ରାଜ୍ୟର ସର୍ବବୃହତ ଆଞ୍ଚଳିକ ଦଳ ବିଜେଡିକୁ ମଧ୍ୟ ଏଭଳି ତ୍ରୁଟିପୂର୍ଣ୍ଣ ପ୍ରସଙ୍ଗରେ ହାତବାରିସି କରିବାକୁ ପଛାଉନାହାନ୍ତି। ଆଉ ଟିକେଟ କଟିବା ଭୟ ଓ କ୍ଷମତା ଲୋଭରେ ବାଧ୍ୟ ହୋଇ ବିଜେଡି ନେତାମାନେ ମଧ୍ୟ ନିଜର ସାଧାରଣ ଜ୍ଞାନକୁ ମଧ୍ୟ ଉପଯୋଗ କରୁନାହାନ୍ତି।

ଅବଶ୍ୟ ହେଲିକପ୍ଟର ଉଡ଼ାଣ ସମ୍ପର୍କରେ ଆଜି ସନ୍ଧ୍ୟା ୫ଟା ୫୩ମିନିଟରେ ବୈଜୟନ୍ତ ପଣ୍ଡା ଏକ ଟ୍ୱିଟ୍ କରି ସରକାରଙ୍କ ମିଛକୁ କଡ଼ା ସମାଲୋଚନା କରିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରଥମେ କୁହାଗଲା ସି-ପ୍ଲେନ, ୪୮ଘଂଟା ପରେ ଏହା ହେଲିକପ୍ଟର ହୋଇଗଲା। ଯାହାକି ଚିଲିକା ହ୍ରଦର ‘ନୋ-ଫ୍ଲାଇଂ ଜୋନ୍’ରେ ଦିନ ସାଢ଼େ ୧ଟାରେ ଅବତରଣ କଲା। ଏଟିସି ରେକର୍ଡରେ ସେତେବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ହେଲିକପ୍ଟରଟି ରହିଥିଲା। ତେବେ ସେ ଯାହାହେଉ, ଚିଲିକା ହ୍ରଦ ‘ନୋ ଫ୍ଲାଇଂ ଜୋନ୍’ରେ ନାହିଁ। ଆହୁରି ମଧ୍ୟ ମୁଖିଆ ବି ସେଠାକୁ ଉଡ଼ାଣ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଟ୍ୱିଟ୍ କରି କହିଛନ୍ତି।

ତେଣୁ ଏହି ହେଲିକପ୍ଟର ପ୍ରସଙ୍ଗ ଏବେ ବିଜେଡି ପାଇଁ ବୁମେରାଂ ହେବା ଦେଖି ଦଳ ଚିଲିକା ପ୍ରସଙ୍ଗ ଛାଡ଼ି ଆସନ୍ତାକାଲିଠୁ ଅଭିଜିତ ଆୟାର ମିତ୍ର ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସୋଶାଲ ମିଡିଆରେ ଜାରି କୋଣାର୍କ ସଂକ୍ରାନ୍ତ ଭିଡିଓ ଓ ପୁରୀ ମନ୍ଦିରର ଫଟୋକୁ ବିଜେଡି ପ୍ରସଙ୍ଗ କରିବାକୁ ରଣନୀତି କରିଛି।



from Odisha Reporter https://ift.tt/2PLGh5k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages