ଲିଲିମାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଲିଲିମାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

lilima

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ମିଳିବ ରାଜ୍ୟର ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏକଲବ୍ୟ ସମାରୋହରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ଏକ ମାନପତ୍ର ମଧ୍ୟ ପ୍ରଦାନ କରାଯିବ।

୨୦୧୮ ମସିହା ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି।

ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜ ପ୍ରଥମ ଥର ୨୦୧୧ରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ସେ ଶହେରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ଏହାସହ ୨୦୧୬ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ।

ସେହିପରି ଭାର ଉତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସାଇଟେସନ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଇମ୍ଫା (IMFA) କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ Indian Metals Public Charitable Trust (IMPaCT) ପ୍ରତିବର୍ଷ ପ୍ରତିଭାଶାଳୀ ଏବଂ କୃତୀ ଖେଳାଳିଙ୍କୁ ଏକ ଏକ୍ସପର୍ଟ କମିଟି ଜରିଆରେ ଚୟନ କରି ଏହି ପୁରସ୍କାର ପ୍ରଦାନ କରିଥାଏ।



from Odisha Reporter https://ift.tt/2DGfIh1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages