ନକ୍ସଲ ସଙ୍ଗଠନରେ ବଢୁଛି ମହିଳାଙ୍କ ସଂଖ୍ୟା ଓ ଦବଦବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ନକ୍ସଲ ସଙ୍ଗଠନରେ ବଢୁଛି ମହିଳାଙ୍କ ସଂଖ୍ୟା ଓ ଦବଦବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକ୍ସଲ ସଙ୍ଗଠନରେ ବଢୁଛି ମହିଳାଙ୍କ ସଂଖ୍ୟା ଓ ଦବଦବା। କମ୍ ବୟସରେ ବିବାହ ଓ ଦାରିଦ୍ର୍ୟରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ଆଦିବାସୀ ଯୁବତୀ ନକ୍ସଲ ସଙ୍ଗଠନକୁ ଆସୁଛନ୍ତି। ଗତ ରବିବାର ଆନ୍ଧ୍ରପ୍ରଦେଶରେ ଜଣେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ଘଟଣାରେ ୨୦ରୁ ୨୫ ମହିଳା ମାଓବାଦୀଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି।

ଆନ୍ଧ୍ରପ୍ରଦେଶର ଟିଡିପି ବିଧାୟକ କେ.ଏସ୍. ରାଓ ଓ ପୂର୍ବତନ ବିଧାୟକ କେ.ସୋମାଙ୍କ ହତ୍ୟାରେ ସଂପୃକ୍ତ ଅଛନ୍ତି ନନ୍ଦପୁର ଦଲମ୍ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଅରୁଣା ଓ କ୍ୟାଡର ମାଓବାଦୀ ଚୈତନ୍ୟା। ଯାହାଙ୍କ ଫଟୋ ଜାରି କରିଛି ଆନ୍ଧ୍ର ପୁଲିସ୍। ତା’ସହ ରବିବାର ଗୁଳିକାଣ୍ଡ ବେଳେ ସାମିଲ ଥିଲେ ୨୦ରୁ ୨୫ ମହିଳା ମାଓବାଦୀ। ତେଣୁ ଏଥିରୁ ପ୍ରମାଣିତ ହୋଇଛି, ଲାଲ୍ ସଂଗଠନରେ ବଢୁଛି ମହିଳାଙ୍କ ସଂଖ୍ୟା ଓ ଦବଦବା।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଆନ୍ଧ୍ର ପୁଲିସ ଓ ଗୃହ ମନ୍ତ୍ରାଳୟ ଦାବି କରିଛନ୍ତି, ସାରା ଦେଶରେ ଏବେ ମୋଟ୍ ମାଓବାଦୀଙ୍କ ମଧ୍ୟରୁ ୫୦ ପ୍ରତିଶତ ହେଉଛନ୍ତି ମହିଳା। ଲାଲ୍ ବାହିନୀରେ ନିଯୁକ୍ତି ବେଳେ ବି ଏମାନଙ୍କୁ ଦିଆଯାଉଛି ଅଗ୍ରାଧିକାର।

କମ୍ ବୟସରେ ବିବାହରୁ ରକ୍ଷା ପାଇବା, ଝିଅ ହୋଇଥିବାରୁ ଗରିବ ପରିବାରରେ ସେମାନଙ୍କୁ ବୋଝ ଭଳି ମନେ କରାଯିବା ଓ ବିଭିନ୍ନ ସମୟରେ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରରୁ ମୁକୁଳିବାକୁ ଆଦିବାସୀ ମହିଳାମାନେ ଉଗ୍ରବାଦୀ ବାମପନ୍ଥୀ ସଙ୍ଗଠନରେ ସାମିଲ ହେଉଛନ୍ତି।

କାନ୍ଧରେ ପକାଉଛନ୍ତି ଅତ୍ୟାଧୁନିକ ବନ୍ଧୁକ ଓ ନେଉଛନ୍ତି ଗରିଲା ଯୁଦ୍ଧର ତାଲିମ୍। ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ମହିଳା ମାଓବାଦୀ। ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ମାଓବାଦୀ ସଂଗଠନରେ ମହିଳାଙ୍କ ଜୋରଦାର ଉପସ୍ଥିତି। ତେବେ ଏଠି ପ୍ରଶ୍ନ ଉଠୁଛି, ଅନେକ ସମୟରେ ନକ୍ସଲ କ୍ୟାମ୍ପରେ ନିର୍ଯାତନା ଯୋଗୁ ବହୁ ମହିଳା ମାଓବାଦୀ ସଂଗଠନ ଛାଡୁଥିବା ନେଇ ପୁଲିସ ଯେଉଁ ସୂଚନା ଦେଉଛି ତାହା କେତେ ସତ? ବାଶଧାରା ଡିଭିଜନ୍‌ର କ୍ୟାଡର ମାଓବାଦୀ ଇନ୍ଦୁ କିନ୍ତୁ ଏହାକୁ ସଫା ସଫା ଅସ୍ୱୀକାର କରିଥିବା ବେଳେ ଏହା ମାଓ ଆଦର୍ଶର ବିରୋଧୀ ବୋଲି କହିଛନ୍ତି କ୍ୟାଡ଼ର ମାଓବାଦୀ ଇନ୍ଦୁ।

ଗତ ମେ’ ୧୩ରେ କନ୍ଧମାଳ ସୁଡ୍ରୁକୁମ୍ପା ଜଙ୍ଗଲ ଏନ୍‌କାଉଣ୍ଟରେ ୨ ମହିଳା କ୍ୟାଡର ଓ ତା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ବରଗଡ଼ ସାଲେପାଲିରେ ଜଣେ ମହିଳା ମାଓବାଦୀର ମୃତ୍ୟୁର ପ୍ରମାଣିତ କରୁଛି ଯେ ଓଡ଼ିଶାରେ ମଧ୍ୟ ଗରିଲା ଯୁଦ୍ଧରେ ପ୍ରଶିକ୍ଷିତ ହୋଇ ମହିଳା ମାଓବାଦୀ ଏନ୍‌କାଉଣ୍ଡର ବେଳେ ସାମ୍ନାରେ ଲଢ଼ି ପୁଲିସ୍‌କୁ ଚାଲେଞ୍ଜ ଦେଉଛନ୍ତି।



from Odisha Reporter https://ift.tt/2xR1Lq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages