ଫାଇନାଲ୍‌ରେ ନିରାଶ କଲେ ପୂର୍ଣ୍ଣିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଫାଇନାଲ୍‌ରେ ନିରାଶ କଲେ ପୂର୍ଣ୍ଣିମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଆ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ ଫାଇନାଲ ରାଉଣ୍ଡରେ ନିରାଶ ହୋଇଛନ୍ତି।

ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ୧୦୦ ମିଟର ବାଧାଦୌଡ଼ (ହର୍ଡଲ୍‌ସ) ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ୪ର୍ଥରେ ରହି ନିଜ ଅଭିଯାନ ଶେଷ କରିଛନ୍ତି। ପୂର୍ଣ୍ଣିମା ୧୦୦ ମିଟର୍‌ ଦୂରତାକୁ ୧୪.୦୨ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଏହି ଇଭେଣ୍ଟରେ ତାମିଲନାଡୁର ସି. କାନିମୋଝି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନ୍‌ର ହିତୋମି ଶିମୁରା ରୌପ୍ୟ ଏବଂ ତାମିଲନାଡୁର ନିଥିୟା ଆର୍‌ ବ୍ରୋଞ୍ଜ ପଦକ ଜିତିଛନ୍ତି।



from Odisha Reporter https://ift.tt/2NIi6Z5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages