ବିସ୍କୁଟ୍‌ ଓ ସେଓ ନେଇ ଫେରାର୍‌ ହୋଇଗଲେ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ବିସ୍କୁଟ୍‌ ଓ ସେଓ ନେଇ ଫେରାର୍‌ ହୋଇଗଲେ ଆତଙ୍କବାଦୀ

ଜମ୍ମୁ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କଥା ସମସ୍ତେ ଜାଣିଛନ୍ତି। ଆତଙ୍କବାଦୀମାନେ ଯେ କେବଳ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରନ୍ତି ତା’ ନୁହେଁ, ଅନେକ ସମୟରେ ସେମାନେ ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିବାର ନଜିର ରହିଛି। ହେଲେ ଏବେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 
ସୁରକ୍ଷାକର୍ମୀଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ୩ ଜଣ ଆତଙ୍କବାଦୀ ଜଣଙ୍କ ଘରେ ପଶିଥିଲେ। ତେବେ ସେମାନେ ଘରର ଲୋକଙ୍କର କୌଣସି କ୍ଷତି କରି ନଥିଲେ, ବରଂ ଘରେ ଥିବା ବିସ୍କୁଟ ଓ ସେଓ ନେଇ ଚମ୍ପଟ ମାରିଥିଲେ।
ଗତକାଲି ଜମ୍ମୁର କକ୍ରିୟାଲ୍‌ ଅଞ୍ଚଳରେ ୪ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ଦୃଢ଼ ଜବାବ୍‌ ଦିଆଯାଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ହେଲିକପ୍ଟର ଓ ଡ୍ରୋନ୍‌ର ବ୍ୟବହାର କରାଯାଉଛି।
ଇତି ମଧ୍ୟରେ ଏହି ୩ ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ଏକ ରୋଚକ ତଥ୍ୟ ମିଳିଛି। ସେନା ଆଖିରେ ଧୂଳି ଆତଙ୍କବାଦୀମାନେ ନଗ୍ରୋଟା-ଝାଝର୍‌ ଗାଁରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲେ। ରାତି ପ୍ରାୟ ୮ଟା ବେଳେ ଏଭଳି ଘଟଣା ଘଟିଥିଲା। ସେମାନେ ପରିବାରର ଲୋକଙ୍କୁ ଧମକ ମଧ୍ୟ ଦେଇଥିଲେ।
ଆତଙ୍କବାଦୀମାନେ ୫ ଦିନ ହେଲା ଖାଇ ନଥିବାରୁ ଘରେ ଥିବା ସବୁ ବିସ୍କୁଟ ଓ ସେଓ ନେଇ ଫେରାର୍‌ ହୋଇଯାଇଥିଲେ। ଯିବା ବେଳେ ସେମାନେ ପରିବାର ଲୋକଙ୍କୁ ଟଙ୍କା ନେଇ କାର୍‌ ଦେବାକୁ କହିଥିଲେ। କିନ୍ତୁ ସେମାନଙ୍କ ପାଖରେ କାର୍‌ ନଥିବାରୁ ସେମାନେ ଟଙ୍କା ଗ୍ରହଣ କରି ନଥିଲେ। ଏହାପରେ ଆତଙ୍କବାଦୀମାନେ ସେଠାରୁ ଖସି ଚାଲିଯାଇଥିଲେ ବୋଲି ପରିବାରର ଜଣେ ବ୍ୟକ୍ତି କହିଛନ୍ତି।


from Odisha Reporter https://ift.tt/2OnFXcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages