ଦୃଢ଼ ସ୍ଥିତିରେ ଇଂଲଣ୍ଡ, ଦ୍ୱିତୀୟ ଇନିଂସ୍‌ରେ ୧୧୪/୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଦୃଢ଼ ସ୍ଥିତିରେ ଇଂଲଣ୍ଡ, ଦ୍ୱିତୀୟ ଇନିଂସ୍‌ରେ ୧୧୪/୨

ଓଭାଲ୍‌: ପ୍ରଥମ ଇନିଂସ୍‌ରେ ଟିମ୍ ଇଣ୍ଡିଆଠାରୁ ୪୦ ରନ୍‌ରେ ଆଗୁଆ ଥିବା ଘରୋଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସ୍‌ରେ ଦୁଇ ୱିକେଟ୍‌ ହରାଇ ୧୧୪ ରନ୍‌ କରିଛି। କ୍ୟାରିୟର୍‌ର ଅନ୍ତିମ ଟେଷ୍ଟ୍‌ ମ୍ୟାଚ୍‌ ଖେଳୁଥିବା ଆଲିଷ୍ଟାର୍‌ କୁକ୍‌ ୪୬ ରନ୍ କରି ଖେଳୁଥିବାବେଳେ ସାଥୀ ଓପନର୍‌ ଜେନିଙ୍ଗ୍‌ସ ୧୦ ରନ୍ କରି ଆଉଟ୍ ହୋଇଛନ୍ତି। ଜେନିଙ୍ଗ୍‌ସଙ୍କ ସ୍ଥାନରେ ଆସିଥିବା ମୋଇନ ଅଲ୍ଲୀ ୨୦ ରନ କରି ଜାଦେଜାଙ୍କ ଦ୍ଵାରା ବୋଲ୍ଡ ହୋଇ ପ୍ୟାଭିଲିଅନ ଫେରିଛନ୍ତି।

ଜେନିଙ୍ଗ୍‌ସଙ୍କୁ ବେଙ୍ଗଲ୍ ସ୍ପିଡ୍‌ ଷ୍ଟାର୍ ମହମ୍ମଦ ଶାମି ବୋଲ୍‌ଡ କରି ଘରୋଇ ଦଳକୁ ଦ୍ୱିତୀୟ ଇନିଂସ୍‌ରେ ପ୍ରଥମ ଝଟକା ଦେଇଥିଲେ। ଜେନିଙ୍ଗସ ଓ ମୋଇନ ଅଲ୍ଲୀ ଆଉଟ ହେବା ପରେ କୁକ ଓ ଜୋ ରୁଟ ଭାରତୀୟ ବୋଲିଂର ସଫଳ ମୁକାବିଲା କରି ଦଳୀୟ ସ୍କୋରକୁ ୧୧୪ ପହଞ୍ଚାଇବା ସହିତ ଦଳକୁ ୧୫୪ ରନର ମହତ୍ତ୍ଵପୂର୍ଣ୍ଣ ଲିଡ୍ ଦେଇଛନ୍ତି। କହିବାକୁ ଗଲେ, ଅନ୍ତିମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଇଂଲଣ୍ଡ ନିୟନ୍ତ୍ରଣରେ ରହିଚ୍ଚି।

ଏହା ପୁର୍ବରୁ ଭାରତ ତା’ର ପ୍ରଥମ ଇନିଂସ୍‌ରେ ୨୯୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ପ୍ରଥମେ, ଡେବ୍ୟୁଟାଣ୍ଟ୍‌ ହନୁମା ବିହାରୀଙ୍କ ସହ ସପ୍ତମ ୱିକେଟ୍ ପାଇଁ ମୂଲ୍ୟବାନ୍ ୭୭ ରନ୍ ଯୋଡ଼ିଥିବା ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ଅପରାଜିତ ୮୬ ରନ୍‌ର ଆକର୍ଷଣୀୟ ଇନିଂସ ଖେଳି ଟିମ୍‌ ଇଣ୍ଡିଆକୁ ଏହି ସମ୍ମାନଜନକ ସ୍କୋର୍ ଦେବାରେ କର୍ଣ୍ଣଧାର ସାଜିଥିଲେ।

ଟେଲ୍‌ଏଣ୍ଡର୍‌ଙ୍କ ସହ ଛୋଟ ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ସହ ସବୁ ଇଂଲିଶ୍ ବୋଲର୍‌ଙ୍କୁ ଜାଡେଜା ଧୂଲେଇ କରିଥିଲେ। ଅଶ୍ୱିନ୍‌ଙ୍କ ବଦଳ ଖେଳାଳିଭାବେ ଚଳିତ ସିରିଜ୍‌ରେ ପ୍ରଥମ ଥର ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିବା ଏହି ବାମହାତୀ ଅଲ୍‌ରାଉଣ୍ଡର୍‌ ନିଜ ୧୫୬ ବଲ୍‌ର ଇନିଂସ୍‌ରେ ୧୧ଟି ଚୌକା ଓ ଗୋଟିଏ ଛକା ସହ ୮୬ ରନ୍‌ରେ ଶେଷ ପର୍ଯ୍ୟନ୍ତ ନଟ୍‌ଆଉଟ୍ ରହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ହନୁମା ବିହାରୀ ନିଜ ପଦାର୍ପଣ ଟେଷ୍ଟ୍‌ରେ ୫୬ ରନ୍‌ କରି ଭାରତକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ପୂର୍ବରୁ ଅଧିନାୟକ ବିରାଟ୍ କୋହଲିଙ୍କ ୪୯, ଚେତେଶ୍ୱର ପୂଜାରା ୩୭ ଓ ଲୋକେଶ ରାହୁଲ୍‌ଙ୍କ ୩୭ ରନ୍‌ ଭାରତୀୟ ଇନିଂସ୍‌ର ଅନ୍ୟ ଉଲ୍ଲେଖନୀୟ ଘଟଣା ଥିଲା।

ଘରୋଇ ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍‌, ଷ୍ଟୋକ୍ସ୍‌ ଓ ମୋଇନ୍ ଅଲ୍ଲୀ ପ୍ରତ୍ୟେକ ୨ଟି ଲେଖାଏ ୱିକେଟ୍ ନେଇଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌, ସାମ୍ କରାନ୍ ଓ ଆଡିଲ୍ ରସିଦ୍‌ ଗୋଚିଏ ଲେଖାଏ ୱିକେଟ୍‌ ପାଇଥିଲେ। ଭାରତୀୟ ପ୍ରଥମ ଇନିଂସ୍‌ର ଶେଷ ଖେଳାଳିଭାବେ ବୁମ୍ରା ବିନା କୌଣସି ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ।

 



from Odisha Reporter https://ift.tt/2CAsVXU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages