୨୦୧୯ରେ ବିଜେପିକୁ କେହି ଚ୍ୟାଲେଞ୍ଜ୍‌ କରିପାରିବେ ନାହିଁ, ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

୨୦୧୯ରେ ବିଜେପିକୁ କେହି ଚ୍ୟାଲେଞ୍ଜ୍‌ କରିପାରିବେ ନାହିଁ, ମୋଦି

bjp

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ବିରୋଧୀ ଦଳମାନେ ବିଜେପିକୁ ଚ୍ୟାଲେଞ୍ଜ୍‌ କରିବାକୁ ଅସମର୍ଥ। କାରଣ ସେମାନେ ତଥ୍ୟ ଆଧାରରେ ନିର୍ବାଚନ ନ ଲଢ଼ି ମିଛର ସାହାରା ନେଇ ନିର୍ବାଚନ ଲଢ଼ୁଛନ୍ତି। ରବିବାର ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପିର ବିଜୟ ନେଇ ସେ ଦୃଢ଼ ଆଶାବାଦୀ ହେବା ସଙ୍ଗେ ସଙ୍ଗେ ‘ଅଜେୟ ଭାରତ ଓ ଅଟଳ ବିଜେପି’ର ନାରା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କଂଗ୍ରେସ୍‌କୁ ତେର୍‌ଛା ବାଣ ମାରି କହିଛନ୍ତି ଯେ, ଯେଉଁମାନେ ସରକାର ଚଳାଇବାରେ ବିଫଳ ହୋଇଥିଲେ, ସେମାନେ ବିରୋଧୀର ଭୂମିକା ତୁଲାଇବାରେ ମଧ୍ୟ ବିଫଳ ହେଲେ। ତେଣୁ ୨୦୧୯ ନିର୍ବାଚନରେ ସେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦେଖିପାରୁ ନାହାନ୍ତି ବୋଲି ମୋଦି କହିଛନ୍ତି। ଆମେ ଆମ କାମ ହାସଲ କରିବା ପାଇଁ ସଂଘର୍ଷ କରୁ କିନ୍ତୁ ମିଛ ବିଷୟକୁ ନେଇ ଆମେ ଲଢ଼ି ଜାଣୁନା ବୋଲି ମୋଦି କହିଛନ୍ତି।

ସେହିଭଳି ମହାମେଣ୍ଟ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି ମୋଦି।

ମେଣ୍ଟର ନେତୃତ୍ବ ଏପର୍ଯ୍ୟନ୍ତ ଠିକ୍‌ ହୋଇ ନଥିବା ବେଳେ ସେମାନଙ୍କର ନୀତି ମଧ୍ୟ ଭ୍ରଷ୍ଟ ବୋଲି ମୋଦି କହିଛନ୍ତି। ଏହାଛଡ଼ା ମହାମେଣ୍ଟ ଉପରେ ବ୍ୟଙ୍ଗ କରି ମୋଦି କହିଛନ୍ତି, ଯେଉଁମାନେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁ ନଥିଲେ, ସେମାନେ ଆଜି ମେଳି ହୋଇ ମେଣ୍ଟ ଗଢ଼ିଛନ୍ତି ଏହା ହେଉଛି ବିଜେପିର ସଫଳତା ବୋଲି ମୋଦି କହିଛନ୍ତି।

ଶନିବାରରୁ ଆରମ୍ଭ ହୋଇଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମାବେଶ ରବିବାର ଶେଷ ହୋଇଛି। ଏଥିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।



from Odisha Reporter https://ift.tt/2MZE3Cp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages