୧୯୯୮ରେ ବଜ୍ରାଘାତ ଯୋଗୁ ୧୧ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା, ଜାଣନ୍ତୁ ଫୁଟବଲ ସମ୍ପର୍କିତ ରୋଚକ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

୧୯୯୮ରେ ବଜ୍ରାଘାତ ଯୋଗୁ ୧୧ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା, ଜାଣନ୍ତୁ ଫୁଟବଲ ସମ୍ପର୍କିତ ରୋଚକ ତଥ୍ୟ

ନୂଆଦିଲ୍ଲୀ: ଭାରତର ସବୁଠୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। କିନ୍ତୁ ପୂରା ଦୁନିଆର ପ୍ରଥମ ପସନ୍ଦ ହେଉଛି ଫୁଟ୍‌ବଲ । ଧାଁ ଦଉଡ଼ ଭିତରେ ଟକ୍କର ଓ ଆକ୍ସନ୍‌ଭରା ଏହି ଖେଳି ଭାରି ରୋମାଞ୍ଚକର। ସମଗ୍ର ବିଶ୍ୱରେ ଫୁଟବଲ ଫ୍ୟାନ୍‌ଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆସନ୍ତୁ ଆଜି ଆମେ ଏହି ଖେଳ ବିଷୟରେ କିଛି ରୋଚକ କଥା କହିବୁ ଯାହା ଆପଣ ହୁଏତ ଜାଣି ନଥିବେ।

୧- ସମଗ୍ର ବିଶ୍ୱର ୫୦ ପ୍ରତିଶତ ଟେଲିଭିଜନ ଦର୍ଶକ ଫିଫା ଫୁଟ୍‌ବଲ ବିଶ୍ୱ କପ୍ ଦେଖନ୍ତି।

୨- ୪୭୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ପାଇଁ ଚୀନରେ ଫୁଟ୍‌ବଲ ଖେଳ ଆରମ୍ଭ ହୋଇଥିଲା।

୩- ଦୁନିଆର ୮୦ ପ୍ରତିଶତ ଫୁଟ୍‌ବଲ ପାକିସ୍ତାନରେ ତିଆରି ହୋଇଥାଏ।

୪- ପ୍ରତି ମ୍ୟାଚ୍‌ରେ ଜଣେ ଫୁଟ୍‌ବଲ ଖେଳାଳି ଘଣ୍ଟା ପ୍ରତି ପ୍ରାୟ ୯.୫ କିମି ପର୍ଯ୍ୟନ୍ତ ଦୌଡ଼ିଥାଏ।

୫- ୧୯୯୮ରେ ଆଫିକ୍ରାର କଙ୍ଗୋର ଏକ ଷ୍ଟାଡିୟମରେ ମ୍ୟାଚ୍‌ ଚାଲୁଥିବା ବେଳେ ବଜ୍ରାଘାତ ଯୋଗୁ ପଡ଼ିଆରେ ୧୧ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା। ଯାହା ଫୁଟ୍‌ବଲ ଇତିହାସରେ ପ୍ରଥମ ଓ ବିରଳ ଘଟଣା ଥିଲା।

୬-କେତେକ ଦେଶରେ ଫିଫା ବିଶ୍ୱକପ ଚାଲିଥିବା ସମୟରେ ଅଂଶଗ୍ରହଣକାରୀ ଦଳର ଖେଳାଳିଙ୍କୁ ନିଜ ପତ୍ନୀଙ୍କ ସହ ସମ୍ପର୍କ ରଖିବାକୁ ବାରଣ କରାଯାଇଥାଏ। କାରଣ କୌଣସି କୋଚ୍‌ ଚାହାନ୍ତିନି ସେମାନଙ୍କ ଖେଳାଳିଙ୍କର ଶକ୍ତି କମିଯାଉ।

୭-ଆଜି ପର୍ଯ୍ୟନ୍ତ ହୋଇବା ଫିଫା ୱାର୍ଲଡ କପ୍‌ରେ ବ୍ରାଜିଲ ଏବଂ ଇଟାଲି ସର୍ବାଧିକ ତଥା ୯ରୁ ଅଧିକ ଥର ଚାମ୍ପିଅନ୍‌ ହୋଇଛନ୍ତି।

୮-କେବଳ ଆମେରିକା ଏବଂ କ୍ୟାନାଡାରେ ଫୁଟ୍‌ବଲକୁ ସକର୍ (soccer) ବୋଲି କହିଥାନ୍ତି

୯- ଫ୍ରାନ୍ସର ଷ୍ଟେପ୍‌ହାନ୍ଟାନିସ ୧୯୪୨ ଡିସେମ୍ବର ମାସରେ ସର୍ବାଧିକ ଗୋଲ ସ୍କୋରର ଥିଲେ।

୧୦-ଫୁଟବଲ ପଡ଼ିଆର ସମ୍ପୂର୍ଣ୍ଣ ପରିସୀମା ହେଉଛି ୧୦୦ ୟାର୍ଡ

୧୧- ବିଶ୍ୱର ପ୍ରଥମ ମହାକାଶଚାରୀ ନିଲ ଆର୍ମଷ୍ଟଙ୍ଗ ଏକ ଫୁଟ୍‌ବଲକୁ ଚନ୍ଦ୍ରକୁ ନେବାକୁ ଚାହୁଁଥିଲେ, ହେଲେ ନାସା ବାରଣ କରିଥିଲା।

୧୨-୧୯୯୮ରେ ମ୍ୟାଚ ଆରମ୍ଭ ହେବା ପରେ ସବୁଠୁ ଦ୍ରୁତତମ ଗୋଲ୍ ମାତ୍ର ୨.୮ ସେକେଣ୍ଡରେ ଉରୁଗୁଏର ରିକାର୍ଦୋ ଅଲିଭେରା ଦେଇଥିଲେ।



from Odisha Reporter https://ift.tt/2NaP52W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages