ବର୍ଜ୍ୟବସ୍ତୁରୁ ନିର୍ମିତ କଳାକୃତିରେ ସଜେଇ ହେଇଛି ଚାନ୍ଦିପୁର ବେଳାଭୂମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ବର୍ଜ୍ୟବସ୍ତୁରୁ ନିର୍ମିତ କଳାକୃତିରେ ସଜେଇ ହେଇଛି ଚାନ୍ଦିପୁର ବେଳାଭୂମି

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଅସଜଡ଼ା ବେଳାଭୂମି ସଜେଇ ହୋଇ ପଡ଼ିଛି। ମୁକୁଳା କେଶରେ ସୁନ୍ଦରୀ ତରୁଣୀଟିଏ ଶୋଇଛି ବେଳାଭୂମିର ବାଲି କୋଳରେ। ଢୋକେ ସୁଖ ଅଜାଡ଼ିଦେଇ ଅଲୋଡ଼ା ହୋଇ ପଡିଥିବା ମଦ ବୋତଲ ସବୁ ଆଜି ଏକାଠି ହୋଇଛନ୍ତି ପ୍ରତାରଣା ପ୍ରତିବାଦରେ। ଭଙ୍ଗା ଟିଣ, ଆଜବେଷ୍ଟସ୍‌ ସବୁ ମିଳିମିଶି ରୂପାନ୍ତରିତ ହୋଇ ପାଲଟିଛନ୍ତି ସୁନ୍ଦରୀ ଚାନ୍ଦି ମାଛ। ଏମିତି ସବୁ ରଙ୍ଗୀନ୍‌ ଦୃଶ୍ୟପଟ୍ଟରେ ଅପୂର୍ବ ହୋଇଉଠଛି ଚାନ୍ଦିପୁର ବେଳାଭୂମି।

ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭିତରୁ ଅନ୍ୟତମ ହେଉଛି ଚାନ୍ଦିପୁର ବେଳାଭୂମି। ଏଠାକୁ ପ୍ରତି ଦିନ ଶହଶହ ପର୍ଯ୍ୟଟକ ଆସନ୍ତି। ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି। କିନ୍ତୁ ଗଲେ ପକାଇ ଦେଇଯାଆନ୍ତି ବିଭିନ୍ନ ଆବର୍ଜନା। ଯାହା ସମୁଦ୍ର ଭିତରକୁ ଯାଇ ତା ଜଳକୁ ଦୂଷିତ କରୁଛି। ତେବେ ଏହି ବର୍ଜ୍ୟବସ୍ତୁକୁ ନୂଆ ଜୀବନ ଦିଆଯାଇଛି। ଯିଏ ଥରେ ଚାନ୍ଦିପୁର ଯିବ, ଘଡ଼ିଏ ନଦେଖି ଫେରିବାକୁ ଜମାରୁ ମନ ବଳାଇବ ନାହିଁ।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚାନ୍ଦିପୁର ପାନ୍ଥନିବାସ ଓ ବେଳାଭୂମି ପାର୍ଶ୍ୱ କାନ୍ଥରେ ଏସବୁ ଆର୍ଟ ଅଙ୍କା ଯାଇଛି। ବେଳାଭୂମିରେ ପଡ଼ିଥିବା ମଦ ବୋତଲ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ନୂଆ ରୂପ ଦିଆଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟରେ ଶିଳ୍ପୀ କେଶୁ ଦାସଙ୍କ ନେତୃତ୍ୱରେ ବାଲେଶ୍ୱରର ୧୫ ଜଣ ଯୁବଶିଳ୍ପୀ ବେଳାଭୂମିର ଆଖପାଖ ତଥା ପାନ୍ଥନିବାସ ପରିସରରେ ପଡ଼ିଥିବା ବର୍ଜ୍ୟବସ୍ତୁରେ ସୁନ୍ଦର କଳାକୃତି ଗଢିଛନ୍ତି।

ଶିଳ୍ପୀ ଅରୁଣ ବାରିକ, ପଦ୍ମନାଭ ରାୟ ଓ ଗିରିଶ ପାକଳ ଅପରିଷ୍କାର କାନ୍ଥରେ ଜଣେ ଲାସ୍ୟମୟୀ ସୁନ୍ଦରୀଙ୍କ ଚିତ୍ର ଆଙ୍କିଛନ୍ତି। ପଥର ଶିଳ୍ପୀ ଦୀପକ ଦାସ ଓ ଗଙ୍ଗାଧର ସେଠୀ ବିକ୍ଷିପ୍ତ ହୋଇ ବେଳାଭୂମିରେ ପଢିଥିବା ପଥରକୁ ସଜାଇ ମାଛ, କଇଁଛ, କଙ୍କଡାର ରୂପ ଦେଇଛନ୍ତି। ଦେବାଶିଷ ପତି, ପ୍ରବୀର ଜେନା ଓ ସାଥୀମାନେ ଅସନା ଭଙ୍ଗା ଟିଣ ଓ ଆଜବେଷ୍ଟସକୁ ବ୍ୟବହାର କରି ୮ ଫୁଟ୍‌ ଉଚ୍ଚ ଏବଂ ୧୫ ପୁଟ୍‌ ଲମ୍ୱର ବିଶାଳ ମାଛ ତିଆରି କରିଛନ୍ତି।

 ଆଦିତ୍ୟ ଉପାଧ୍ୟାୟ ଓ ଜିତେଶ ବିଶ୍ୱାଳ ମିଶି ଭଙ୍ଗା ଷ୍ଟାଣ୍ଡ ଫ୍ୟାନ‌୍‍, ଟିଣ, ଲୁହା ରଡ୍‌କୁ ନେଇ ସୁନ୍ଦର ଏକ କଙ୍କି ତିଆରି କରିଛନ୍ତି। ସୁଶୀଲ୍‌ କୁମାର କେଶରୀ ଓ ସାଥୀମାନେ ଭଙ୍ଗା ପ୍ଲାଷ୍ଟିକ ଚେୟାର ଓ କାଚ ବୋତଲକୁ ନେଇ ୧୫ ଫୁଟ ଲମ୍ୱା ଏକ ଅଜବ ଜୀବ ତିଆରି କରିଥିବା ବେଳେ ମରୁତ ରାଉତ ଓ କବିତା ଦତ୍ତ କାଠ ଏବଂ ପଥରକୁ ଜୀବନ୍ତ କରିଛନ୍ତି।

 



from Odisha Reporter https://ift.tt/2NRirZm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages