ନେହେରୁଙ୍କ ଦନ୍ତ ଚିକିତ୍ସକ ଥିଲେ ପାକିସ୍ତାନର ନୂଆ ରାଷ୍ଟ୍ରପତିଙ୍କ ବାପା: ଭାରତ ସହ ଥିଲା ନିଆରା ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ନେହେରୁଙ୍କ ଦନ୍ତ ଚିକିତ୍ସକ ଥିଲେ ପାକିସ୍ତାନର ନୂଆ ରାଷ୍ଟ୍ରପତିଙ୍କ ବାପା: ଭାରତ ସହ ଥିଲା ନିଆରା ସମ୍ପର୍କ

ନୂଆଦିଲ୍ଲୀ: ପାକିସ୍ତାନର ନବନିର୍ବାଚିତ ରାଷ୍ଟ୍ରପତି ଡ. ଆରିଫ୍‌ ଅଲଭୀଙ୍କର ଭାରତ ସହ ଏକ ନିଆରା ସମ୍ପର୍କ ରହିଛି। ସତ୍ତାରୁଢ ଦଳ ପାକିସ୍ତାନ ତହରିକ-ଏ-ଇଂସାଫ(ପିଟିଆଇ)ର  କହିବା ଅନୁଯାୟୀ, ଅଲଭୀଙ୍କ ବାପା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହରୂଙ୍କ ଦନ୍ତ ଚିକିତ୍ସକ ଥିଲେ। ଅଲଭୀ (୬୯) ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଅତି ପ୍ରିୟ ସହଯୋଗୀ ଏବଂ ପିଟିଆଇର ସଂସ୍ଥାପକ ସଦସ୍ୟମାନଙ୍କ ମଧ୍ୟରୁ ଜଣେ।

ପୂର୍ବ ଦନ୍ତ ଚିକିତ୍ସକ ଅଲଭୀ ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରତିଦ୍ଵନ୍ଦ୍ଵୀ ଏତ୍‌ଜାଜ ଅହସନ ଏବଂ ପାକିସ୍ଥାନର ମୁସ୍‌ଲିମ୍‌ ୱିଗ୍‌-ଏନ୍‌ର ପ୍ରତିଦ୍ଵନ୍ଦ୍ଵୀ ମୌଲାନା କଜଲ ଉର ରହମାନଙ୍କୁ ତ୍ରିକୋଣୀୟ ମୁକାବିଲାରେ ମାତ ଦେଇ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ନେହରୁଙ୍କର ଦନ୍ତ ଚିକିତ୍ସକଙ୍କ ପୁଅ ହେବା ବ୍ୟତୀତ ଅଲଭୀଙ୍କର ଭାରତ ସହ ମଧ୍ୟ ଭିନ୍ନ ସମ୍ବନ୍ଧ ରହିଥିଲା। କିନ୍ତୁ ଭାରତ ପାକିସ୍ତାନ ବିଭାଜନ ସମୟରେ ତାଙ୍କ ପରିବାର ଭାରତରୁ ପାକିସ୍ତାନ ଚାଲି ଯାଇଥିଲେ।

ପାକିସ୍ତାନର କ୍ଷମତାସୀନ ଦଳ ପିଟିଆଇର ୱେବ୍‌ସାଇଟ୍‌ରେ ନୂଆ ରାଷ୍ଟ୍ରପତିଙ୍କ ଲଘୁ ଜୀବନୀ ବର୍ଣ୍ଣିତ ହୋଇଛି। ତାଙ୍କ ପିତା ଡ.ହବିବ୍‌ ଉର ରହମାନ ଇଲାହି ଅଲଭୀ ପୂର୍ବରୁ ନେହେରୁଙ୍କ ଦନ୍ତ ଚିକିତ୍ସକ ଥିବାର ଉଲ୍ଲେଖ ରହିଛି। ୱେବ୍‌ସାଇଟ୍‌ ଅନୁଯାୟୀ ଡ.ହଲାହି ଅଲଭୀ ଜବାହରଲାଲ ନେହରୁଙ୍କ ଦନ୍ତ ଚିକିତ୍ସକ ଥିଲେ ଓ ତାଙ୍କ ପାଖରେ ନେହରୁଙ୍କ ଲିକ୍ଷିତ ଚିଠି
ମଧ୍ୟ ରହିଛି।’

ସୂଚନାଯୋଗ୍ୟ, ପାକ ରାଷ୍ଟ୍ରପତି ଆରିଫ୍‌ ଉର ରହମନ ଅଲଭୀଙ୍କ ଜନ୍ମ ୧୯୪୯ ମସିହାରେ କରାଚିରେ ହୋଇଥିଲା।



from Odisha Reporter https://ift.tt/2PIEsWT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages