ସମଲିଙ୍ଗୀ ଯୌନ ସମ୍ପର୍କକୁ ଆଇନ୍‌ଗତ ମାନ୍ୟତା ଦେବା ପ୍ରସଙ୍ଗ: କ’ଣ କହିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ସମଲିଙ୍ଗୀ ଯୌନ ସମ୍ପର୍କକୁ ଆଇନ୍‌ଗତ ମାନ୍ୟତା ଦେବା ପ୍ରସଙ୍ଗ: କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଧାରା ୩୭୭କୁ ଆଜି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅବୈଧ ବୋଲି କହିଛନ୍ତି। 
ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ଙ୍କ ସାମ୍ବିଧାନିକ ବେଞ୍ଚ୍‌ ଏହି ଐତିହାସିକ ରୁଲିଂ ଦେଇଛନ୍ତି।
ଏହି ରୁଲିଂ ପରେ ସମଗ୍ର ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଏଲଜିବିଟି ସଂପ୍ରଦାୟ ବିଭିନ୍ନ ସ୍ଥାନରେ କେକ୍‌ କାଟି ଏହି ରାୟକୁ ସ୍ୱାଗତ କରିଛନ୍ତି।
ପ୍ରଥମେ ରୁଲିଂ ଶୁଣାଇ ଜଷ୍ଟିସ୍‌ ମିଶ୍ର ଓ ଜଷ୍ଟିସ୍‌ ଖାନ୍‌ୱିଲକର କହିଥିଲେ, ସହମତି ଭିତ୍ତିରେ ସମଲିଙ୍ଗୀଙ୍କ ମଧ୍ୟରେ ଗୁପ୍ତ ଭାବେ ଘଟୁଥିବା ଯୌନ ସମ୍ପର୍କକୁ କେବେ ହେଲେ ଧାରା ୩୭୭ ମଧ୍ୟରେ  ଆସି ପାରିବ ନାହିଁ। ଏହା କେବେ ହେଲେ ଅପରାଧ ନୁହେଁ।
-ଧାରା ୩୭୭ ଏଲଜିବିଟି ସଂପ୍ରଦାୟର ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ଏହା ଅଯୌକ୍ତିକ, ସ୍ୱେଚ୍ଛାଚାରୀ ଓ ଅବୋଧଗମ୍ୟ ।
-ଆମ ସମ୍ବିଧାନ ଅନୁଯାୟୀ ମତଭେଦ ହେଉଛି ସମାଜର ସୁରକ୍ଷା ଭାଲବ। ଏହା କାହା ଉପରେ କୌଣସି କଟକଣା ଲଗାଇନାହିଁ। ଆମେ ଇତିହାସକୁ ବଦଳାଇ ପାରିବା ନାହିଁ। କିନ୍ତୁ ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିପାରିବା।
-ଏଲଜିବିଟି ସଂପ୍ରଦାୟଙ୍କ ପାଇଁ ଆଜି ଯେଉଁ ରାୟ ପ୍ରକାଶ ପାଇଛି, ତାକୁ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଚାର ପ୍ରସାର ଦ୍ୱାରା ସମାଜର କୋଣ ଅନୁକୋଣରେ ପହଞ୍ଚାଇବା ଦରକାର।
-ସମଲିଙ୍ଗୀ ଯୌନ ସମ୍ପର୍କ ଏକ ମାନସିକ ରୋଗ ନୁହେଁ। ଏକଥା ସଂସଦ ଭଲ ଭାବେ ବୁଝିବା ଦରକାର।
-ସମାଜର ଅନ୍ୟ ଲୋକଙ୍କ ଭଳି ଏଲଜିବିଟି ସଂପ୍ରଦାୟର ଲୋକମାନଙ୍କର ମଧ୍ୟ ସମାନ ଅଧିକାର ରହିଛି।
-ତେବେ ଅନ୍ୟ କୌଣସି ପ୍ରକାରର ପଶୁପକ୍ଷୀଙ୍କ ସହ ଯୌନ ସମ୍ପର୍କ ପୂର୍ବଭଳି ଧାରା ୩୭୭ ଅଧୀନରେ ଅପରାଧ ବୋଲି ବିବେଚନା କରାଯିବ।
-ଧାରା ୩୭୭ରେ ଏଲଜିବି ସଂପ୍ରଦାୟଙ୍କୁ ଦଣ୍ଡ ଦିଆଯାଉଥିବାରୁ, ଏହା ସେମାନଙ୍କୁ ତୁଚ୍ଛ କରି ରଖିଛି। ଏଥିସହ ସେମାନଙ୍କ ପରିଚୟକୁ ଧ୍ୱଂସ କରିବା ସହ ସେମାନଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଉଛି।
-ସମାଜରେ ଥିବା ଶୋଷିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ କୋର୍ଟ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆଗକୁ ଆସିବା ଦରକାର। ସମୟ ଅନୁସାରେ ପ୍ରଚଳିତ ଆଇନ୍‌ରେ ସଂଶୋଧନ ମଧ୍ୟ କରାଯିବା ଉଚିତ।
-ସମାଜରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସୁରକ୍ଷା କରିବା କୋର୍ଟଙ୍କ ଧର୍ମ। ତେଣୁ ଏଥିରୁ ଏଲ୍‌ଜିବିଟି ସଂପ୍ରଦାୟର ଲୋକମାନେ କେମିତି ବାଦ ପଡ଼ିବେ?  ଯୌନ ସମ୍ପର୍କ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଏହାକୁ ଲୋକମାନେ ନିୟନ୍ତ୍ରଣ କରିପାରିବେ ନାହିଁ।
-କୌଣସି ଜଣେ ବ୍ୟକ୍ତିଙ୍କ ମଧ୍ୟ ସାମାଜିକ ଅଧିକାର କ୍ଷୁଣ୍ଣ ହେବା ଠିକ୍‌ ନୁହେଁ।
-ଗୁପ୍ତ ଭାବରେ ଏବଂ ସହମତି ଭିତ୍ତିରେ ଦୁଇ ଜଣ ପ୍ରାପ୍ତ ବୟସ୍କ ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ ହେଲେ,ଏଥିରେ ଅସୁବିଧା କିଛି ନାହିଁ। ଏହା ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ।
-ଏହା ଏକ ବ୍ରିଟିଶ ନିୟମ ଏବଂ ସ୍ୱାଧୀନତା ପରେ ଏହି ନିୟମ ଆଇନ୍‌ ବହିରେ ସ୍ଥାନ ପାଇଥିଲା।
-ଇତିହାସ ଏଲ୍‌ଜିବିଟି  ସଂପ୍ରଦାୟ ସହ ଯେଉଁ ଭଳି ବ୍ୟବହାର କରିଛି, ସେଥିପାଇଁ ସମଗ୍ର ସମାଜ ଏହି ସଂପ୍ରଦାୟକୁ କ୍ଷମା ମାଗିବା ଦରକାର।
– ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି, ମୁଁ ଯେମିତି, ମୁଁ ସେମିତି ରହିବି ଏବଂ ମୋତେ ସମସ୍ତେ ସେହିଭଳି ଗ୍ରହଣ କରିବା ଦରକାର।


from Odisha Reporter https://ift.tt/2oMiXZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages