
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ତେବେ ଆଜିଠାରୁ ଶିକ୍ଷକମାନେ ସ୍କୁଲରେ କଳାବ୍ୟାଜ୍ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ଭୁବନେଶ୍ୱର ଲୋୟର ପିଏମ୍ଜିରେ ସେମାନଙ୍କ ବିକ୍ଷୋଭ ବି ଜାରି ରହିବ। ତେବେ ଜିଲ୍ଲାୱାରୀ ପାଳି କରି ସେମାନେ ଆନ୍ଦୋଳନ ଜାରି ରଖିବେ।
ସରକାର ଏଯାଏ ଦାବି ପୂରଣ କରି ନ ଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର କରିଛନ୍ତି।
ଆଜି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବୁଦ୍ଧିଜୀବୀମାନେ ଯୋଗଦେଇ ଶିକ୍ଷକଙ୍କ ଅଧିକାର ଉପରେ ମତ ରଖିବେ ବୋଲି ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2I9wbJ5
No comments:
Post a Comment