ଡାଇବେଟିସ୍‌ ହୋଇଛି କି? ତୁରନ୍ତ ଚିକିତ୍ସା ନକଲେ ହୋଇପାରେ ଏହି ସବୁ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଡାଇବେଟିସ୍‌ ହୋଇଛି କି? ତୁରନ୍ତ ଚିକିତ୍ସା ନକଲେ ହୋଇପାରେ ଏହି ସବୁ ରୋଗ

ଭୁବନେଶ୍ୱର: ଡାଇବେଟିସ୍‌ ଏପରି ରୋଗସବୁର ଗନ୍ତାଘର, ଯାହାର ତୁରନ୍ତ ଚିକିତ୍ସା କରା ନଗଲେ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ରୂପ ନେଇଥାଏ। ଡାଇବେଟିସ୍‌ ଯୋଗୁ ଶରୀରରୁ ପର୍ଯ୍ୟାପ୍ତ ପରିମାଣର ଇନ୍‌ସୁଲିନ୍‌ କ୍ଷରଣ ନହେବାରୁ ଆମେ ଖାଉଥିବା ଖାଦ୍ୟର ଶର୍କରା ରକ୍ତରେ ମିଶିଯାଏ। ଆଉ ରକ୍ତରେ ଶର୍କରାର ମାତ୍ରା ବଢ଼ିବା ଦ୍ୱାରା ଶରୀରର ଅଙ୍ଗଗୁଡ଼ିକୁ ସ୍ୱାଭାବିକଭାବେ କାମ କରିବାରେ ସମସ୍ୟା ସୃଷ୍ଟି ହୁଏ।

ଟାଇପ୍‌-୧ ଡାଇବେଟିସ୍‌ ପ୍ରାୟ ପିଲାଙ୍କ କ୍ଷେତ୍ରରେ ଦେଖାଯାଏ।

ଏବେ ପ୍ରାୟ ଅଧିକାଂଶ ଲୋକ ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ। ଏହି ଟାଇପ୍‌-୨ ଡାଇବେଟିସ୍‌ ସ୍ୱାସ୍ଥ୍ୟ ଉପରେ ବହୁ ଖରାପ ପ୍ରଭାବ ପକାଇଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଉଭୟ ଛୋଟ ଓ ବଡ଼, ଶରୀରର ଦୁଇଟିଯାକ ଧମନୀର କ୍ଷତି କରିଥାଏ। ଧମନୀର କ୍ଷତି ହେଲେ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୁଏ।

ଏବେ ଆସନ୍ତୁ ଜାଣିବା, ଡାଇବେଟିସ୍‌ ଦ୍ୱାରା କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ରୂପ ନେଇଥାଏ।

ହୃଦ୍‌ରୋଗ: ଟାଇପ୍‌-୨ ଡାଇବେଟିସ୍‌ ପୀଡ଼ିତ ବ୍ୟକ୍ତିମାନଙ୍କୁ ହୃଦ୍‌ରୋଗ ହେବାର ଆଶଙ୍କା ଥାଏ। ବିଶେଷ କରି, ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ଏପରି ହେବାର ଆଶଙ୍କା ଅଧିକ।

ଅଙ୍ଗ ଅଚଳ:  ଡାଇବେଟିସ୍‌ ମାତ୍ରା ଅଧିକ ବଢ଼ିଗଲେ ରୋଗୀଙ୍କ ଶରୀରର କୌଣସି ଅଙ୍ଗ ଅଚଳ ହୋଇଯିବାର ଆଶଙ୍କା ରହିଛି। କାରଣ ରକ୍ତରେ ଶର୍କରା ବଢ଼ିଯିବାରୁ ଏହା ଧମନୀକୁ କ୍ଷତି ପହଞ୍ଚାଇବା ସହ ଏହାକୁ ଅକାମୀ କରିବାକୁ ଚେଷ୍ଟା କରେ। ଏହା ତ୍ୱଚାକୁ ମଧ୍ୟ ସଂକ୍ରମିତ କରିଦିଏ।

କିଡ୍‌ନୀ ଉପରେ ପ୍ରଭାବ: ଡାଇବେଟିସ୍‌ କିଡ୍‌ନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏପରିକି କିଡ୍‌ନୀ ଫେଲ୍‌ ହେବାର ଆଶଙ୍କା ମଧ୍ୟ ରହିଛି। ଡାଇଲିସିସ୍‌ କରୁଥିବା କିଡ୍‌ନୀ ରୋଗରେ ପୀଡ଼ିତଙ୍କ ମଧ୍ୟରୁ ୪୦ ପ୍ରତିଶତ ଡାଇବେଟିସ୍‌ ରୋଗୀ ହିଁ ହୋଇଥା’ନ୍ତି।

ଦୃଷ୍ଟି ଶକ୍ତି ହ୍ରାସ: ଡାଇବେଟିସ୍‌ ଦ୍ୱାରା ଆଖି ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ। ଡାଇବେଟିସ୍ ଯୋଗୁ ଆଖିର ରାଟିନାରେ ଥିବା ଛୋଟ ରକ୍ତକଣିକା ସବୁ ନଷ୍ଟ ହୋଇଯା’ନ୍ତି। ଆଉ ଏହାର କୁପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ। ବେଳେବେଳେ ଏହାର ଏହାର ପ୍ରଭାବ ୨୦ ବର୍ଷ ବୟସ୍କ ପିଲାଙ୍କ ଠାରୁ ଆରମ୍ଭ ହୋଇଥାଏ। ଆଉ ଅନ୍ୟବେଳେ ଅଧିକ ବୟସ ହେଲେ ହିଁ ଏହି ସମସ୍ୟା ଜଟିଳ ରୂପ ନିଏ।

ଧମନୀର କ୍ଷତି: ଟାଇପ୍‌-୨ ଡାଇବେଟିସ୍‌ ପ୍ରଭାବରେ ଧମନୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି। ପୀଡ଼ିତମାନଙ୍କୁ ରକ୍ତଚାପ, ମେଦବହୁଳତା ଓ ହାଇ କୋଲେଷ୍ଟ୍ରଲ୍ ଭଳି ରୋଗ ହେବାର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ଥାଏ। ଆଉ କୋଣସି ଡାଇବେଟିସ୍‌ ପୀଡ଼ିତଙ୍କର ଏକାସଙ୍ଗେ ହୃଦ୍‌ରୋଗ ଓ ଧମନୀରେ ସମସ୍ୟା ସୃଷ୍ଟି ହେଲେ, ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ଅଧିକ ଗମ୍ଭୀର ହୋଇଯାଏ। ଏଭଳି ସ୍ଥିତିକୁ ମେଟାବଲିକ୍‌ ସିଣ୍ଡ୍ରୋମ୍‌ କୁହାଯାଏ।

ଯଦି ଆପଣ ଠିକଣା ସମୟରେ ଏହାର ସଠିକ୍‌ ଚିକିତ୍ସା କରନ୍ତି ଓ ଜୀବନଶୈଳୀରେ ସଂଯମତା ରକ୍ଷା କରନ୍ତି, ତେବେ ଉଭୟ ହୃଦ୍‌ରୋଗ ଓ ଧମନୀର ସମସ୍ୟାରୁ ଆରୋଗ୍ୟ ପାଇପାରିବେ।



from Odisha Reporter https://ift.tt/2pxKfU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages