ଅଡ଼ୁଆରେ ପଡ଼ିଲେ ପାରିକର, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଅଡ଼ୁଆରେ ପଡ଼ିଲେ ପାରିକର, ଜାଣନ୍ତୁ କାହିଁକି

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏକ ବିବାଦୀୟ ନିଷ୍ପତ୍ତି ନେଇ ଅଡ଼ୁଆରେ ପଡ଼ିଛନ୍ତି। ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ହସ୍ପିଟାଲ୍‌ରେ ଦୀର୍ଘଦିନ ହେଲା ଭର୍ତ୍ତି ହୋଇଛନ୍ତି। ଏପରି କି ଅସ୍ତ୍ରୋପଚାର ପାଇଁ ପାରିକର ଦୀର୍ଘ ୩ ମାସ ଆମେରିକା ଯାଇଥିଲେ। ତଥାପି ସେ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି।

କିନ୍ତୁ ପାରିକର ନିଜ ମନ୍ତ୍ରିମଣ୍ଡଳରେ ଥିବା ଦୁଇ ଜଣ ସଦସ୍ୟ ଅସୁସ୍ଥ ହୋଇଯିବାରୁ ସେମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏବେ ବି ପାରିକର ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ ହେଁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ଏଭଳି ନର୍ଦ୍ଦେଶ ଦେଇଛନ୍ତି।

ଏବେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପାରିକର ଫ୍ରାନସିସ୍‌ ଡି’ସୁଜା ଓ ପାଣ୍ଡୁରଙ୍ଗ ମଦକାଇକରଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବାଦ୍‌ ଦେଇଛନ୍ତି। ସେହିପରି ଏହି ଦୁଇ ଜଣଙ୍କ ସ୍ଥାନରେ ୨ ଜଣ ବିଜେପି ନେତା ମିଲିନ୍ଦ ନାଏକ ଓ ନୀଲେଶ କାର୍ବାଲଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

ଡି’ସୁଜା କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ଆମେରିକାରେ କରାଯାଉଛି। ସେହିପରି ଗତ ଜୁନ୍‌ ମାସରୁ ବ୍ରେନ୍‌ ଷ୍ଟ୍ରୋକ୍‌ର ଝଟ୍‌କା ପାଇଥିବା ପାଣ୍ଡୁରଙ୍ଗ ଏବେ ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ପାରିକରଙ୍କ ଏହି ନିଷ୍ପତ୍ତିକୁ ଡି’ସୁଜା ଜୋରଦାର ବିରୋଧ କରିଛନ୍ତି। ସେ କହିଛନ୍ତି, ପାରିକର ଏଭଳି ନିଷ୍ପତ୍ତି ନେବେ ବୋଲି ସେ କେବେ ଭାବି ନଥିଲେ। “ଦୀର୍ଘ ୨୦ ବର୍ଷ ହେଲା ବିଜେପି ପାଇଁ କାମ କରି ଆସିଥିଲି। କିନ୍ତୁ ଏବେ ଏହାର ଫଳ ମିଳିଲା।”

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ ବୋଲି ଡି’ସୁଜା କହିଛନ୍ତି।



from Odisha Reporter https://ift.tt/2NCNsQU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages