ହାତରୁ ଖସି ଯିବ କି ପାରାଦୀପ? ଦାମଙ୍କ ବହିଷ୍କାର ପରେ ବିଜେଡି ଚିନ୍ତାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ହାତରୁ ଖସି ଯିବ କି ପାରାଦୀପ? ଦାମଙ୍କ ବହିଷ୍କାର ପରେ ବିଜେଡି ଚିନ୍ତାରେ

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ଏବେ ବିଜେଡିକୁ ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା ଘାରିଛି।

ପାରାଦୀପରେ ଦଳ ନିଜ ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ ଓ ତିର୍ତ୍ତୋଲ ଆଦି ବ୍ଲକ୍‌ର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦଳକୁ ପାରାଦୀପରେ ଅଧିକ ମଜଭୁତ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହିଛନ୍ତି,“ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନାହୁଁ। ସମସ୍ତେ ଭାବନ୍ତି ନେତା ଚାଲିଗଲେ, କର୍ମୀ ଚାଲିଯିବେ। ଏହା ଠିକ୍ ନୁହେଁ।”

ଏହି ବୈଠକରେ ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 



from Odisha Reporter https://ift.tt/2DrELUW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages