ଅନୁଭବଙ୍କ ସହ କାମ କରିବାର ସ୍ୱପ୍ନ ରଖିଛନ୍ତି ସୂର୍ଯ୍ୟମୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଅନୁଭବଙ୍କ ସହ କାମ କରିବାର ସ୍ୱପ୍ନ ରଖିଛନ୍ତି ସୂର୍ଯ୍ୟମୟୀ

suryamayee

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ୨୦୧୪ରେ ‘ମିସ୍‌ ଭାଇଜାଗ୍‌’ କଣ୍ଟେଷ୍ଟ୍‌ରେ ଭାଗ ନେବା ପରେ ପ୍ରଥମେ ମଡେଲିଂ ଏବଂ ଏବେ ଓଲିଉଡ୍‌ର ସେ ଜଣେ ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଛନ୍ତି। ଏବେ ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘କ୍ରିଷ୍ଣା,ଦି ଷ୍ଟୋରୀ ଅଫ୍‌ ଏ ଡ୍ୟାନ୍ସର’ରେ ସେ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଓଡ଼ିଶା ରିପୋର୍ଟର ସହ ଏକ ସାକ୍ଷାତକାରରେ ସୂର୍ଯ୍ୟମୟୀ ତାଙ୍କ କ୍ୟାରିୟର୍‌ ସମ୍ପର୍କରେ ବେଶ୍ କିଛି ସ୍ମୃତି ଶେୟାର୍‌ କରିଛନ୍ତି।

୨୦୧୪ରେ ଦିନେ ବଡ ଭଉଣୀଙ୍କ ସହ ଭାଇଜାଗ୍‌ରେ ବୁଲୁଥିବାବେଳେ ରାସ୍ତାରେ ‘ମିସ୍‌ ଭାଇଜାଗ୍‌’ ବିୟୁଟି କଣ୍ଟେଷ୍ଟ୍‌ର ଅଡିସନ୍‌ ପାଇଁ ଏକ ବ୍ୟାନର ଲାଗିଥବା ସେ ଦେଖିବାକୁ ପାଇଥିଲେ। ଏହା ଦେଖି ସେଥିରେ ଭାଗ ନେବା ପାଇଁ ସୂର୍ଯ୍ୟମୟୀ ମନ ବଳାଇଥିଲେ ସତ, କିନ୍ତୁ ସଫଳତା ପୂର୍ବରୁ କାଳେ ବିଫଳତା ମିଳିଯିବ, ତାକୁ ନେଇ ମନରେ ଡର ଥିଲା। ସେ ସମୟରେ କିନ୍ତୁ ଭଉଣୀ ତାଙ୍କୁ ବେଶ୍‌ ଉତ୍ସାହିତ କରିଥିଲେ। ଶେଷରେ ସୁର୍ଯ୍ୟମୟୀ ‘ମିସ୍‌ ଭାଇଜାଗ୍‌’ ବିୟୁଟି କଣ୍ଟେଷ୍ଟ୍‌ରେ ଭାଗ ନେଲେ ଏବଂ ରନର୍‌ ଅପ୍‌ ମଧ୍ୟ ହେଲେ । ଏହାପରେ ତାଙ୍କୁ ଟଲିଉଡ୍‌ର ଫିଲ୍ମରୁ ଅଫର ଆସିଲା କିନ୍ତୁ ଓଡ଼ିଶାକୁ ଭଲ ପାଉଥିବା ସୁର୍ଯ୍ୟମୟୀ ପ୍ରଥମେ କିଛି ଫିଲ୍ମ ଓଡ଼ିଆରେ ହିଁ କରିବାକୁ ଚାହିଁଲେ।

ଓଡ଼ିଆ ରିୟାଲିଟି ଶୋ’ ‘ମୁଁ ବି ହିରୋଇନ୍‌ ହେବି’ରେ ଭାଗ ନେଇ ଏଥିରେ ବିଜୟିନୀ ହେବା ପରେ ସୂର୍ଯ୍ୟମୟୀଙ୍କ ପ୍ରଥମ ଫିଲ୍ମ ଥିଲା ବାବୁସାନ୍‌ଙ୍କ ସହ। ଫିଲ୍ମର ନାଁ ଥିଲା ‘ଭଲ ପାଏ ତତେ ଶହେରୁ ଶହେ’। ଏହା ପରେ ସେ ଅଭିନେତା ଦୀପକଙ୍କ ସହ ମଧ୍ୟ ଫିଲ୍ମ କରିବାର ସୁଯୋଗ ପାଇଥିଲେ। ଏମିତି ଗୋଟିଏ ପରେ ଅନ୍ୟଏକ ଫିଲ୍ମରେ ଦର୍ଶକ ସୁର୍ଯ୍ୟମୟୀଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇଲେ। ଏବେ ତାଙ୍କର ଆଗାମୀ ପିଲ୍ମ ‘କ୍ରିଷ୍ଣା, ଦି ଷ୍ଟୋରୀ ଅଫ୍‌ ଏ ଡ୍ୟାନ୍ସର’ରେ ସେ ଏକ ଡ୍ୟାନ୍ସର ଭୂମିକାରେ ହିଁ ନଜରକୁ ଆସିବେ।
୨୦୧୬ରେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ’ ଜିତିଥିବା ଓଡ଼ିଆ ଗ୍ରୁପ୍‌ ପ୍ରିନ୍ସ ଡ୍ୟାନ୍‌ସ ଗ୍ରୁପ୍‌ ଓ ଏହାର ମୁଖ୍ୟଙ୍କ ସଂଘର୍ଷମୟ ଯାତ୍ରା ଭଳି ବାସ୍ତବଧର୍ମୀ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘କ୍ରିଷ୍ଣା, ଦି ଷ୍ଟୋରୀ ଅଫ୍‌ ଏ ଡ୍ୟାନ୍ସର’। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିଜେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣା।

ଆଗକୁ ସୁର୍ଯ୍ୟମୟୀ, ଅନୁଭବ ଏବଂ ଅରିନ୍ଦମଙ୍କ ଭଳି ଟପ୍‌ ଓଲିଉଡ୍ ଅଭିନେତାଙ୍କ ସହ କାମ କରିବାର ସ୍ୱପ୍ନ ରଖିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ରାଧୀକା ଆପ୍‌ଟେ ସୂର୍ଯ୍ୟମୟୀଙ୍କର ଖୁବ୍‌ ପସନ୍ଦ। ରାଧୀକାଙ୍କ ଅଭିନୟକୁ ଅନୁକରଣ କରିବା ସହ ସେଥିରୁ କିଛି ଶିଖିବାକୁ ଚାହାନ୍ତି ସୁର୍ଯ୍ୟମୟୀ।



from Odisha Reporter https://ift.tt/2QHqLZE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages