ପୁରୁଣା ଜିନିଷ ସବୁ ଫିଙ୍ଗିବାକୁ ଡରୁଛନ୍ତି କି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ପୁରୁଣା ଜିନିଷ ସବୁ ଫିଙ୍ଗିବାକୁ ଡରୁଛନ୍ତି କି!

download1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର କିଛି ପୁରୁଣା ସାମଗ୍ରୀ, ଯଥା: ଖବରକାଗଜ, କାଚ ବୋତଲ, ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଆଦିକୁ ଆମେ ବାହାରକୁ ଫିଙ୍ଗି ଦେଇଥାଉ କିମ୍ୱା କବାଡିବାଲାକୁ ବିକ୍ରି କରିଥାଉ। କିନ୍ତୁ କିଛି ଲୋକ କିନ୍ତୁ ଏହିସବୁକୁ ଦରକାରୀ ସାମଗ୍ରୀ ବୋଲି ଚିନ୍ତା କରି ଫିଙ୍ଗିବାକୁ ଆଦୌ ରାଜି ହୁଅନ୍ତି ନାହିଁ। ଯଦି ଏପରି କୌଣସି ବ୍ୟକ୍ତିଙ୍କୁ ଆପଣ ଦେଖିବାକୁ ପାଉଛନ୍ତି, ତେବେ ଜାଣି ରଖନ୍ତୁ, ସଂପୃକ୍ତ  ବ୍ୟକ୍ତି ଏକ ମାନସିକ ରୋଗର ଶିକାର ହୋଇଛନ୍ତି। ଏପରି ଲକ୍ଷଣକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ Psychological Disorder ବା ମାନିସକ ଅସନ୍ତୁଳନ କହିଥା’ନ୍ତି। ଏହାକୁ ‘ହୋର୍ଡିଙ୍ଗ୍‌’ ଡିଜ୍‌ଅର୍ଡର୍‌ ଏବଂ ଏପରି ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ ‘ହୋର୍ଡର୍‌’ ବୋଲି କୁହାଯାଏ। ଏହି ଲୋକମାନଙ୍କୁ ଅନୁଭବ ହୋଇଥାଏ ଯେ, ପୁରୁଣା ସମାଗ୍ରୀସବୁକୁ ସାଇତି ରଖିବା ନିହାତି ଦରକାର। ଏହି ଅଭ୍ୟାସରୁ ନିବୃତ୍ତ ରହିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ମନୋବିଜ୍ଞାନୀଙ୍କ ପରାମର୍ଶ ନେବାକୁ ପଡ଼ିଥାଏ।

ଏହାର ପ୍ରଭାବ:
ହୋର୍ଡିଙ୍ଗ୍‌ କରୁଥିବା ବ୍ୟକ୍ତିଙ୍କୁ ଏହା ଜଣାନଥାଏ, ଏପରି ମାନସିକତା ସେମାନଙ୍କ ଶରୀର ଓ ମନ ଉପରେ କିପରି ପ୍ରଭାବ ପକାଇଥାଏ। ଏହା ଦ୍ୱାରା ବ୍ୟକ୍ତିଙ୍କର ଭାବନାତ୍ମକ, ଶାରୀରିକ, ସାମାଜିକ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏଥିରେ ପୀଡ଼ିତ ବ୍ୟକ୍ତିଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥା’ନ୍ତି। ପୁରୁଣା ଜିନିଷକୁ ଏକାଠି କରି ରଖିବାର ଅଭ୍ୟାସ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେ ସେମାନେ ଏହିସବୁ ଜିନିଷ ପାଇଁ ନିଜ ଲୋକଙ୍କଠାରୁ ମଧ୍ୟ ଦୂରେଇ ଯାଇଥା’ନ୍ତି। ଏପରି ବ୍ୟକ୍ତି ସାଧାରଣତଃ ଖବରକାଗଜ, ମ୍ୟାଗାଜିନ୍‌, ପ୍ଲାଷ୍ଟିକ୍‌ ବ୍ୟାଗ୍‌, କାର୍ଡବୋର୍ଡ, ଫୋଟୋ, ବକ୍ସ, ଖାଦ୍ୟ ପଦାର୍ଥ ଏବଂ କପଡ଼ା ଆଦି ଘରେ ଜମା କରି ରଖିବାକୁ ପସନ୍ଦ କରିଥା’ନ୍ତି।

‘ହୋର୍ଡିଙ୍ଗ୍‌’ ଯୋଗୁ ଅନ୍ୟାନ୍ୟ ସମସ୍ୟା:
ହୋର୍ଡିଙ୍ଗ୍‌ ଏକ ପ୍ରକାର ମାନସିକ ଡିଜ୍‌ଅର୍ଡର୍‌, ଯାହାର ଅନେକ ଲକ୍ଷଣ ରହିଛି। ଯେପରିକି ଅବେସିଭ୍‌ କମ୍ପଲ୍‌ସିଭ୍‌ ପର୍ସନାଲିଟି ଡିଜ୍‌ଅର୍ଡର୍‌(Obsessive Compulsive Personality Disorder), ଅବେସିଭ୍‌ କମ୍ପଲ୍‌ସିଭ୍‌ ଡିଜ୍‌ଅର୍ଡର୍‌ (Obsessive Compulsive Disorder),ହାଇପେରାକ୍ଟିଭିଟି ଡିଜ୍‌ଅର୍ଡର୍‌ (Hyperactivity disorder) ଏବଂ ଡିପ୍ରେସନ୍‌।
ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଏପରି ଅନୁଭବ ହୋଇଥାଏ ଯେ ସେ ଯେଉଁ ଜିନିଷ ସାଇତି ରଖିଛନ୍ତି, ତାହା ଭବିଷ୍ୟତରେ କାମରେ ଆସିବ। କିମ୍ୱା ଏପରି ଲାଗିଥାଏ ଯେ ଏହି ଜିନିଷଗୁଡ଼ିକର ଭାବନାତ୍ମକ ମହତ୍ତ୍ୱ ରହିଛି, ସେଥିପାଇଁ ଏଗୁଡ଼ିକୁ ଫିଙ୍ଗିବା ଅସମ୍ଭବ। ଏହି ଜିନିଷ ସବୁକୁ ସେମାନେ ନିଜର ସ୍ମୃତି ସହିତ ଯୋଡ଼ି ରଖିଥା’ନ୍ତି ଆଉ ଭାବିଥା’ନ୍ତି ଯେ ଏଗୁଡ଼ିକୁ ଫିଙ୍ଗିଦେଲେ, ସେମାନଙ୍କ ସ୍ମୃତି ବି ଚାଲିଯିବ।

ଏହି ରୋଗର କିଛି ଲକ୍ଷଣ:
. ପୁରୁଣା ଜିନିଷ ଆଦୌ ନଫିଙ୍ଗିବା ବା ଏସବୁକୁ ଫିଙ୍ଗିବା ପାଇଁ ନିଷ୍ପତ୍ତି ନେଇ ନପାରିବା
. ଯଦି କେହି ଏହିସବୁ ପୁରୁଣା ଜିନିଷ ଫିଙ୍ଗିବାକୁ ଚେଷ୍ଟା କରେ, ତେବେ ଏହାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବା।
. ସାଇତି ଅକିଥିବା ଜିନିଷକୁ ବ୍ୟବସ୍ଥିତ ଭାବେ ସଜାଡ଼ିବାକୁ ଯୋଜନା  କରିବା
. ସାଇତା ହୋଇଥିବା ଜିନିଷ ପାଇଁ ସବୁବେଳେ ଚିନ୍ତାଗ୍ରସ୍ତ ରହିବା।



from Odisha Reporter https://ift.tt/2xrQRI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages