ହସ୍ପିଟାଲ୍‌ରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ହସ୍ପିଟାଲ୍‌ରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ: ବଲିଉଡ୍‌ରେ ହିଟ୍‌ ପରେ ହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଉଥିବା ପ୍ରଖ୍ୟାତ୍‌ ସଂଗୀତ ନିର୍ଦ୍ଦେଶକ ସାଜିଦ୍‌ ଓ ୱାଜିଦ୍‌ ଯୋଡ଼ିଙ୍କ ମଧ୍ୟରୁ ସାଜିଦ୍‌ ଖାନ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ସାଜିଦ୍‌ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ଖାଦ୍ୟନଳୀରେ ବ୍ଲକେଜ୍‌ ଯୋଗୁ ତାଙ୍କର ହୃଦଘାତ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଡାକ୍ତରଖାନା ପକ୍ଷରୁ ସାଜିଦ୍‌ଙ୍କ ଆଞ୍ଜୀୟୋପ୍ଲାଷ୍ଟି କରାଯାଇଛି ଏବଂ ଏବେ ବି ସେ ଆଇସିୟୁରେ ଅଛନ୍ତି। ତାଙ୍କ ପରିବାର ବର୍ଗ ଡାକ୍ତରଖାନାରେ ତାଙ୍କୁ ଜଗି ରହିଛନ୍ତି।

ସାଜିଦ୍‌-ୱାଜିଦ୍‌ ଯୋଡ଼ି ସଲମାନ ଖାନ୍‌ଙ୍କ ହିଟ୍‌ ଫିଲ୍ମ୍‌ ଦବଙ୍ଗ, ୱାଣ୍ଟେଡ୍‌, ପାର୍ଟନର୍‌ ଓ ଏକ ଥା ଟାଇଗର ଭଳି ସିନେମାନେ ସ୍ୱର ସଂଯୋଜନା କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି।



from Odisha Reporter https://ift.tt/2CfhlBx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages