
ଜାକର୍ତ୍ତା: ସେମିଫାଇନାଲ୍ରେ ଅପେକ୍ଷାକୃତ ଦୁର୍ବଳ ମ୍ୟାଲେସିୟାଠାରୁ ଚଳିତ ଏସିଆନ୍ ଗେମ୍ସରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍ ପଡ଼ିଥିବା ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଲଢ଼େଇରେ କିନ୍ତୁ ଫେଲ ମାରିନାହିଁ।
ଭାରତ ଆଜିର ମ୍ୟାଚ୍ରେ ପ୍ରତିପକ୍ଷ ପାକିସ୍ତାନକୁ ୨-୧ ଗୋଲ୍ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି।
ବ୍ରୋଞ୍ଜ ପଦକ ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେଉଥିବାରୁ ସମସ୍ତଙ୍କ ନଜର ମ୍ୟାଚ୍ ଉପରେ ରହିଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଏହାର ଫାଇଦା ଦଳକୁ ମଧ୍ୟ ମିଳିଥିଲା।

ମ୍ୟାଚ୍ର ତୃତୀୟ ମିନିଟ୍ରେ ଭାରତ ପକ୍ଷରୁ ଆକାଶଦୀପ ସିଂହ ପାକିସ୍ତାନ ଗୋଲ୍ ପୋଷ୍ଟ ଭିତରକୁ ବଲ୍ ମାରି ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ପାକିସ୍ତାନ ଗୋଲ ପରିଶୋଧ କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ଭାରତୀୟ ମିଡ୍ଫିଲ୍ଡରଙ୍କୁ ଭେଦ୍ କରି ଆଗକୁ ବଢ଼ି ପାରିନଥିଲା।
ସେହିପରି ପାକିସ୍ତାନକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଗୋଲରକ୍ଷକ ତଥା ଭାରତୀୟ ଅଧିନାୟକ ଶ୍ରୀଜେଶ ସେଗୁଡ଼ିକୁ ଅଟକାଇ ଦେଇଥିଲେ। ମ୍ୟାଚ୍ର ୫୦ ତମ ମିନିଟ୍ରେ ଭାରତ ପକ୍ଷରୁ ମନପ୍ରୀତ ସିଂହ ପାକିସ୍ତାନକୁ ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ।
ଏହାପରେ ପାକିସ୍ତାନ ଘନଘନ ଆକ୍ରମଣ କରିଥିଲା। ମ୍ୟାଚ୍ର ୫୨ ତମ ମିନିଟ୍ରେ ପାକ୍ ପକ୍ଷରୁ ମହମ୍ମଦ ଅତିକ୍ ଗୋଲ ଦେଇ ଦଳ ପାଇଁ କିଛିଟା ଆଶା ସଞ୍ଚାର କରିଥିଲେ। କିନ୍ତୁ ଏହା ମ୍ୟାଚ୍ ବଞ୍ଚାଇବା ପାଇଁ ଯଥେଷ୍ଟ ନଥିଲା। ଶେଷରେ ଭାରତ ମ୍ୟାଚ୍ଟିକୁ ୨-୦ରେ ଜିତିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିଲା।

ଆଜିର ମ୍ୟାଚ୍ରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।
from Odisha Reporter https://ift.tt/2wzdUAf
No comments:
Post a Comment