ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ ମହିଳା ଖେଳାଳି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ ମହିଳା ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ  ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଲାଇଭ୍‌ ଗେମ୍‌ ଚାଲିଥିବା ବେଳେ ଦର୍ଶକଙ୍କ ସମ୍ମୁଖରେ ଡ୍ରେସ୍‌ ବଦଳାଇ ବିବାଦକୁ ଆସିଛନ୍ତି ଏଲ୍‌ଜି କୋର୍ଣ୍ଣେଟ୍‌। ଖେଳ ମଝିରେ ତାଙ୍କର ଏଭଳି ଆଚରଣକୁ ନେଇ ଉଠିଛି ପ୍ରଶ୍ନ। ସମ୍ପୃକ୍ତ ଖେଳାଳିଙ୍କୁ ଅମ୍ପେୟାର ଚେତାବନୀ ଦେଇଥିବା ବେଳେ ଏହା  କୋର୍ଟ ନିୟମର ଉଲଙ୍ଘନ ବୋଲି କୁହାଯାଇଛି।

ସୂଚନା ଯୋଗ୍ୟ ଯେ, ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଖେଳ ମଝିରେ ସେ ଏ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ଡ୍ରେସ୍ ଖୋଲି ବଦଳାଇଥିଲେ। ଏହି ଦୃଶ୍ୟକୁ ଷ୍ଟାଡିୟମରେ ଥିବା ଦଶର୍କ ଦେଖିଥିଲେ। ପରେ ତାଙ୍କୁ  ଅମ୍ପେୟାର ଚେତାବନୀ ଦେଇଛନ୍ତି।

ଅମ୍ପେୟାର ଏହାକୁ କୋର୍ଟ ନିୟମର ଉଲଙ୍ଘନ ବୋଲି ଦର୍ଶାଇଥିବାବେଳେ ବିଶ୍ୱ ଟେନିସ୍‌ ମହାସଙ୍ଘ ମଧ୍ୟ ଏହି ଘଟଣାକୁ ନାପସନ୍ଦ କରିଛି। ସେପଟେ ଏଲ୍‌ଜି ମଧ୍ୟ ଏହି ଘଟଣା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅମ୍ପେୟାର ତାଙ୍କୁ କାହିଁକି ତାଗିଦ କଲେ ଏଥିପାଇଁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଏଲ୍‌ଜି ଦାବି କରିଛନ୍ତି। ଏନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏଲ୍‌ଜି ଏମିତି କରିବାର ନଥିଲା। ଏହାସହିତ ତାଙ୍କୁ ଏଥିପାଇଁ କୌଣସି ଦଣ୍ଡିତ ବା ଜରିମାନା କରାଯାଇ ନାହିଁ ବୋଲି ୟୁଏସ୍‌ ଓପନ ପକ୍ଷରୁ କୁହାଯାଇଛି।

ତେବେ ୨୦୧୬ ମସିହାରେ ପ୍ରଖ୍ୟାତ ଟେନିଶ ତାରକା ନବାକୋ ଜୋକୋବିଚ୍‌ ସେଟ୍‌ ହାରିବା ପରେ ତାଙ୍କର ଟି-ଶାର୍ଟ ଓହ୍ଲାଇ ଚେୟାରରେ ବସିଥିଲେ ବି କୌଣସି ବିବାଦ ହୋଇନଥିଲା। ଯାହାକୁ ନେଇ ଏଲ୍‌ଜି ପ୍ରଶ୍ନ ଉଠାଇଛନ୍ତି।

ବିଶ୍ୱରେ ନାରୀ ପୁରୁଷଙ୍କ ସମାନତାକୁ ନେଇ ବାର୍ତ୍ତା ଦିଆଯାଉଥିବାବେଳ ଏହି ଘଟଣାକୁ କାହିଁକି ବିରୋଧ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

 



from Odisha Reporter https://ift.tt/2NBwXjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages