ମୁହଁର ଚର୍ବି କମାଇବାକୁ ଚାହୁଁଥିଲେ, କରନ୍ତୁ ଏହିସବୁ ଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ମୁହଁର ଚର୍ବି କମାଇବାକୁ ଚାହୁଁଥିଲେ, କରନ୍ତୁ ଏହିସବୁ ଯୋଗ

face1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ବ୍ୟସ୍ତବହୁଳ ଜୀବନରେ ଅତ୍ୟଧିକ କାମର ଚାପ ଯୋଗୁ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି ହୁଏ। ଏପରିକି, ବୟସ ମାତ୍ର ୩୦ ଛୁଇଁଲା ବେଳକୁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି।

ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ। ୩୦ ବର୍ଷ ବୟସ ପରେ ସାଧାରଣତଃ ଅନେକ ମହିଳାଙ୍କ ତ୍ୱଚାରେ ରେଖା ପଡ଼ିବା ଓ କୁଞ୍ଚନ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର କାରଣ ପ୍ରଦୂଷଣ ଏବଂ ଅତ୍ୟଧିକ କାମର ଚାପ ବୋଲି ଗବେଷଣାରୁ ଜଣାପଡ଼ିଛି।

ଏହା ବ୍ୟତୀତ ଏମିତି କିଛି କାରଣ ପାଇଁ ଶରୀରର ଓଜନ ବଢ଼ିବା ସହିତ ମୁହଁରେ ଚର୍ବି ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ହୋଇଥାଏ।

ଆଜି ଆମେ ଆପଣଙ୍କୁ ଏମିତି ୫ଟି ଯୋଗ ବିଷୟରେ କହିବୁ, ଯାହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ମୁହଁର ଚର୍ବି ଅତି ସହଜରେ କମିଯିବ। ଆସନ୍ତୁ, ସେହି ଯୋଗାସନଗୁଡ଼ିକ ସମ୍ପର୍କରେ ଜାଣିବା।
୧.ସିଂହ ମୁଦ୍ରା:

Simha-Mudra-Lion

ଏହି ଯୋଗାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ତଳେ ବସନ୍ତୁ। ଏହାପରେ ନିଜ ହାତର ଆଙ୍ଗୁଠିକୁ ନେଇ ଭୂମିରେ ମାଡି ରଖନ୍ତୁ। ଏହିପରି ବସିବା ପରେ ଯେତିକି ପାରୁଛନ୍ତି, ଜିଭକୁ ବାହାର କରନ୍ତୁ। ଏପରି କରିବା ପରେ ସିଂହ ପରି ଶବ୍ଦ କରନ୍ତୁ।

୨. ‘ଫିସ୍‌ ଫେସ୍‌’ ବା ମାଛ ପରି ମୁହଁ: pout
ମୋବାଇଲ୍‌ ଫୋନ୍‌ରେ ସେଲ୍‌ଫି ନେବା ସମୟରେ ଝିଅମାନେ ଅଧିକାଂଶ ସମୟରେ ‘ପାଉଟ୍‌’ ପୋଜ୍‌ ଦେଇ ସେଲ୍‌ଫି ନେଇଥା’ନ୍ତି। ‘ଫିସ୍‌ ଫେସ୍‌’ ମଧ୍ୟ ସେହିପରି ଏକ ପୋଜ୍‌ । ଏଥିରେ କେବଳ ଆପଣ ଓଠ ଏବଂ ଗାଲ ଦୁଇଟିକୁ ଟିକେ ଅଧିକ ପାଟି ଭିତରକୁ ନେବାକୁ ପଡ଼ିବ। ଯାହାକୁ ପ୍ରତିଦିନ କଲେ ଆପଣଙ୍କ ତ୍ୱଚା ସମସ୍ୟା ଦୂର ହେବ।
୩.ମାଉଥ୍‌ ୱାଶ୍‌ ଟେକ୍‌ନିକ୍‌:_mouthwash
ମୁହଁ ଧୋଇବା ଏବଂ କୁଳି କରିବା ସମୟରେ ଆପଣ ଏହି ଆସନକୁ ଅଭ୍ୟାସ କରିପାରିବେ। ସକାଳୁ ଉଠି ପାଟି କୁଳି କରିବା ପରେ ପାଟିରେ ପବନ ପୁରାଇ ତାହାକୁ ବାମରୁ ଡାହାଣ କୋଣକୁ ନିଅନ୍ତୁ। ସକାଳେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଏପରି କରନ୍ତୁ, ଦେଖିବେ ମୁହଁର ଚର୍ବି କମିଯିବ।

୪. ଜିଭ ବନ୍ଧ: locked_tongue
ଏହି ଆସନ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେଇଥାଏ। ଗୋଟିଏ ସ୍ଥାନରେ ଆରାମରେ ବସନ୍ତୁ। ଏହା ପରେ ମୁହଁକୁ ଖୋଲା ରଖି ଜିଭକୁ ଓଲଟାଇ ତାଳୁ ଓଲଟାଇବାକୁ ଚେଷ୍ଟା କରନ୍ତୁ ଏବଂ ଏହି ସମୟରେ ଧିରେ ଧିରେ ନିଃଶ୍ୱାସ ନିଅନ୍ତୁ।
୫.ଜ’ ରିଲିଜ୍‌ ବା ଗଳାକୁ ଓଟାରିବା:jaw-release1ଆମେ ଉତ୍ତେଜିତ ହୋଇ ପାଟି କଲାବେଳେ ବା ରାଗିଗଲେ, ଯେଭଳି ଗଳା ଟାଣି ହୋଇଯାଏ, ଏ ଯୋଗଟି ଠିକ୍‌ ସେହି ଭଳି। ଆରାମ୍‌ରେ ଗୋଟିଏ ସ୍ଥାନରେ ବସି ଦାନ୍ତ ରଗଡ଼ି ଆପଣଙ୍କ ଥୋଡ଼ିକୁ ଟାଇଟ୍‌ କରନ୍ତୁ। ଯେ ପର୍ଯ୍ୟନ୍ତ ଆପଣ ଗଳା ଭିଡ଼ି ହେବା ଭଳି ଅନୁଭବ କରିନାହାନ୍ତି, ସେପର୍ଯ୍ୟନ୍ତ ଏହି ଆସନ ଜାରି ରଖନ୍ତୁ। ଏହା କରିବା ସମୟରେ ଧିରେ ଧିରେ ନିଃଶ୍ୱାସ ନେଇ ଛାଡ଼ନ୍ତୁ। ଏହା କେବଳ ଆପଣଙ୍କ ମୁହଁର ତଳ ଭାଗକୁ ଠିକ୍‌ ରଖି ନ ଥାଏ ବରଂ ଏହା ସହିତ ଆପଣଙ୍କ ବେକରେ ଥିବା ଅତିରିକ୍ତ ଚର୍ବିକୁ ମଧ୍ୟ ହ୍ରାସ କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ସମସ୍ତ ବ୍ୟାୟାମ କରିବା ଦ୍ୱାରା ମହିଳା ସର୍ବଦା ଯୁବସୁଲଭ ରହିଥା’ନ୍ତି। ସେଥିପାଇଁ ଟଙ୍କା ଖର୍ଚ୍ଚ କରି କସ୍‌ମେଟିକ୍‌ ସର୍ଜରୀ ଏବଂ ଇଞ୍ଜେକ୍‌ସନ୍‌ ନେବା କଥା ଭୁଲି ଯାଆନ୍ତୁ। ପାରୁଛନ୍ତି ଯଦି, କିଛି ସମୟ ବାହାର କରି ଏହି ସମସ୍ତ ବ୍ୟାୟାମକୁ ଅଭ୍ୟାସ କରନ୍ତୁ। ମୁହଁର ଚର୍ବି କମାନ୍ତୁ ଆଉ ସୁନ୍ଦର ଦିଶନ୍ତୁ।
ଫଟୋ ସୌଜନ୍ୟ: ଇଣ୍ଡିଆଟୁଡେ



from Odisha Reporter https://ift.tt/2PyrjQm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages