
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲ୍ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଉପସ୍ଥିତ ଥିଲେ।
ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ସେଠୀ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଶହେ ସିଟ୍ ବିଶିଷ୍ଟ ଏହି ମେଡିକାଲ୍ କଲେଜର ପ୍ରଥମ ବର୍ଷରେ ୯୯ ଜଣ ଛାତ୍ରଛାତ୍ରୀ ଆଡମିଶନ୍ ନେଇଛନ୍ତି। ଆସନ୍ତା ୨୦ ତାରିଖ ପରେ ପାଠପଢ଼ା ଆରମ୍ଭ ହେବ।
ମେଡିକାଲ୍ କଲେଜରେ ନନ୍ କ୍ଲନିକାଲ୍ ଓ ପାରା କ୍ଲିନିକାଲ୍ ବିଭାଗ ରହିଛି। ଆଗାମୀ ଦିନରେ ଏହାକୁ ଲେଭଲ ୱାନ୍ ଟ୍ରମା ସେଣ୍ଟର ଭାବେ ନିର୍ମାଣ କରିବା ପାଇଁ ଯୋଜନା ରହିଛି।
୨୦୧୪ମସିହା ଅକ୍ଟୋବର ୨୮ ତାରିଖରେ ଏହି ମେଡିକାଲ୍ କଲେଜ ପାଇଁ ଶିଳ୍ୟାନାସ କରାଯାଇଥିଲା।
from Odisha Reporter https://ift.tt/2PspFzA
No comments:
Post a Comment