ମନ କିଣେ ଛାପର ଅଭୟାରଣ୍ୟର କଳା ହରିଣ, ବିମୋହନ କରେ ପକ୍ଷୀଙ୍କ କଳରବ, କେମିତି ଯିବେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ମନ କିଣେ ଛାପର ଅଭୟାରଣ୍ୟର କଳା ହରିଣ, ବିମୋହନ କରେ ପକ୍ଷୀଙ୍କ କଳରବ, କେମିତି ଯିବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଗକୁ ଆସୁଛି ପର୍ଯ୍ୟଟନର ଋତୁ। ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଜସ୍ଥାନର ଛାପର ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜି ଏକଦମ୍‌ ନିଆରା। ଖାସ୍‌ ଏଥିପାଇଁ କାହିଁ କେତେ ଦୂରରୁ ଏଠାକୁ ପର୍ଯ୍ୟଟକମାନେ ଧାଇଁ ଆସନ୍ତି। ରାଜସ୍ଥାନ୍‌ ଚୋରୁ ଜିଲ୍ଲାର ସୁଜନାଗଡ଼ ତହସିଲ୍‌ରେ ଅଛି ଛାପର ଗାଁ। ଏହି ଗାଁ ନିକଟରେ ରହିଛି ତାଳ ଛାପର ଅଭୟାରଣ୍ୟ। ଏହା କଳା ହରିଣ ପାଇଁ ସାରା ଭାରତରେ ପ୍ରସିଦ୍ଧ।

କେବଳ କଳା ହରିଣ ନୁହଁନ୍ତି, ବିରଳ ପ୍ରଜାତିର ପକ୍ଷୀଙ୍କ କଳରବ ଏହି ଅଭୟାରଣ୍ୟର ଶୋଭାକୁ ବେଶ୍‌ ବର୍ଦ୍ଧନ କରେ। ସମୁଦ୍ରପତନଠାରୁ ୩୦୨ମିଟର ଉଚ୍ଚରେ ଅବସ୍ଥିତ ଏହି ଅଭୟାରଣ୍ୟଟି ରଙ୍ଗବେରଙ୍ଗର  ବିଭିନ୍ନ ପକ୍ଷମୀଙ୍କର କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ହୋଇ ଉଠେ। ତାଳଛାପର ଅଭୟାରଣ୍ୟରେ ୱାଟର୍‌ ଫଲ୍‌, ଗେଡୱେଲ୍‌, ପୋଚାର୍ଡ଼, ଆଭୋକେଟ୍‌, ପୋଭର୍‌, ଷ୍ଟଣ୍ଟ, ସେଡ୍‌ପାଇପର ଆଦି ପ୍ରଜାତିର ପକ୍ଷୀ ସବୁ ହେଉଛନ୍ତି ଏହି ଅଭୟାରଣ୍ୟର ବିଶେଷ ଆକର୍ଷଣ। ଏମାନଙ୍କ  ସମାହାର ଏହି ପର୍ଯ୍ୟଟନସ୍ଥଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ପକ୍ଷୀଙ୍କ ବ୍ୟତୀତ ଆଉ କିଛି ଦୁର୍ଲଭ ପ୍ରଜାତିର ଜୀବ ଜନ୍ତୁ ମଧ୍ୟ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି।

ସେହିପରି ହଳଦିଆ ଆଖି ଥିବା ପାରା, ୱାଟର ପାଇପେଟ୍‌, ରେଡ୍‌ ଟେଲ୍‌ଡ୍, ହ୍ୱାଇଟାୟାର୍‌ ଆଦି ବିରଳ ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳେ। ବିଶେଷ କରି ଏଠାକୁ ଏହି ସବୁ ବିଦେଶୀ ପକ୍ଷୀଙ୍କ ଆଗମନ ସେପ୍ଟେମ୍ବରରୁ ହୋଇଥାଏ ଏବଂ ଶୀତ ସମୟରେ ଏମାନେ ବିଦାୟ ନେଇଥାନ୍ତି। ସେହିପରି ଏଠି ଗୋଧୂଳି ବେଳାରେ ସୂର୍ଯ୍ୟଙ୍କ ବିଦାୟ ବେଳାର ସିନ୍ଦୁର ଫଟୋ ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ ରୋମାଞ୍ଚିତ କରେ।

କେମିତି ଯିବେ

ଚୋରୁଠାରୁ ୮୫ କିମି ଦୂରରେ ରହିଛି ଏହି ଅଭୟାରଣ୍ୟ। ପର୍ଯ୍ୟଟକମାନେ ଏଠାକୁ ବସ୍‌ରେ ସିଧାସଳଖ ଯାଇପାରିବେ। ସେହିପରି ଏଠାକୁ ଯିବା ପାଇଁ ଟ୍ୟାକ୍ସିର ମଧ୍ୟ ବ୍ୟବସ୍ଥା ରହିଛି।

ବିମାନ ଓ ରେଳପଥ: ଜୟପୁର ବିମାନବନ୍ଦରରୁ ଉକ୍ତ ଅଭୟାରଣ୍ୟର ଦୂରତା ୨୧୫ କିମି। ସେହିପରି ଛାପର ଅଭୟାରଣ୍ୟ ନିକଟରେ ରେଲୱେ ଷ୍ଟେଶନ୍‌ ମଧ୍ୟ ରହିଛି।



from Odisha Reporter https://ift.tt/2Or9RQy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages