ଭୁଶୁଡ଼ିଲା ବ୍ରିଜ୍‌, ଏକାଧିକ ଲୋକ ଚାପି ହୋଇ ରହିଥିବା  ଆଶଙ୍କା, ଚାଲିଛି ଉଦ୍ଧାର କାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଭୁଶୁଡ଼ିଲା ବ୍ରିଜ୍‌, ଏକାଧିକ ଲୋକ ଚାପି ହୋଇ ରହିଥିବା  ଆଶଙ୍କା, ଚାଲିଛି ଉଦ୍ଧାର କାର୍ଯ୍ୟ

କୋଲକାତା: ଲଗାଣ ବର୍ଷା ଯୋଗୁ କୋଲକାତାର ଡାଇମଣ୍ଡ ହାର୍ବର୍‌ରେ ଥିବା ମାଜେରହାଟ୍‌ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ ବ୍ରିଜ୍‌ ଭୁଶୁଡ଼ିବା ବେଳେ ଏହା ଉପରେ ଏବଂ ତଳେ ଅନେକ ଲୋକ ଯା’ଆସ କରୁଥିଲେ। ତେଣୁ ଧ୍ୱଂସାବଶେଷ ତଳେ ସେମାନେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ,ଆଲିପୁରାଠାରେ ଥିବା ରେଳ ଲାଇନ୍‌ ଉପରେ ଦେଇ ଯାଇଥିବା ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ସେମାନେ ଦେଖିଛନ୍ତି। ସେହିପରି ୩୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ପ୍ରଶାସନ ପକ୍ଷରୁ କେବଳ ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି।

ବ୍ରିଜ୍‌ଟି ଭୁଶୁଡ଼ିବା ଯୋଗୁ ଗୋଟିଏ ମିନି ବସ୍‌, ଏକାଧିକ ବାଇକ ଓ କାର ଏହା ତଳେ ଚାପି ହୋଇ ରହିଥିବା କୁହାଯାଉଛି। ସେହିପରି ୫ରୁ ଅଧିକ କାର, ବସ୍‌ ଏବଂ ବାଇକ୍‌ ଭାଙ୍ଗି ଚୂରମାର ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳରୁ ହସ୍ତଗତ ହୋଇଥିବା ଫଟୋରୁ ଦେଖିବାକୁ ମିଳିଛି।

ଖବର ସମ୍ପର୍କରେ ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

ଫ୍ଲାଏଓଭରଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି। ଲୋକମାନେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ କହିଛନ୍ତି, ଏହା ୪୦ ବର୍ଷ ତଳର ପୁରୁଣା ବ୍ରିଜ୍‌ ହୋଇଥିବାରୁ ଭୁଶୁଡ଼ି ପଡ଼ିଛି। ତେବେ ଏହା ଦ୍ୱାରା କାହାର କୌଣସି ବଡ଼ କ୍ଷତି ହୋଇନାହିଁ। ତଥାପି ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। କେବଳ୮ ଜଣ ଲୋକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ଦାର୍ଜିଲିଂରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କୋଲକାତା ଆସିବାକୁ ଚାହୁଁଥିଲେ ହେଁ, ବର୍ତ୍ତମାନ ଦାର୍ଜିଲିଂରୁ କୋଲକାତାକୁ ବିମାନ ନଥିବାରୁ ସେ ଆସିପାରୁ ନଥିବା କହିଛନ୍ତି।



from Odisha Reporter https://ift.tt/2NMC2pR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages