
ମସ୍କୋ: ପ୍ରେମ ନିଶା ମଣିଷକୁ ଅନ୍ଧ କରିଦିଏ। ପ୍ରେମ ପାଇଁ ଏଠି ସଂସ୍କାର ବି ବଳି ପଡ଼ିପାରେ। ପୁଣି ସାମାଜିକ ପ୍ରତିବନ୍ଧକର ଶିକୁଳି ବି ହୁଗୁଳି ଯାଇପାରେ। ଜୀବନ ସାଥୀ ଥାଇ ମଧ୍ୟ ଉଭୟ ପୁରୁଷ ଏବଂ ସ୍ତ୍ରୀ ପରକୀୟା ସମ୍ପର୍କରେ ମାତିବାର ନଜିର ରହିଛି। ଏବେ ସେମିତି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ୱାମୀ ଥାଉ ଥାଉ ପ୍ରେମିକ ତାଙ୍କ ପିଲାର ବାପା ହେଉ, ଏମିତି ଏକ ଇଚ୍ଛା ଜଣେ ମହିଳାଙ୍କୁ ପାଗଳ କରିଦେଇଛି। ରୁଷିଆରେ ଏହି ଘଟଣା ଘଟିଛି।
ଆଜିର ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନରେ ଅନେକ ପରିବର୍ତ୍ତନ ଆସିଛି। ରୋଗ ଯେତେ ବଡ଼ ହେଉ କିମ୍ବା ଜଟିଳ ହେଉ, ବୈଷୟିକ ଜ୍ଞାନ କୌଶଳ ଏବଂ ଉନ୍ନତମାନର ଚିକିତ୍ସା ପ୍ରଣାଳୀରେ ଏହାର ସମାଧାନ କରାଯାଇ ପାରୁଛି।
ଉଦାହରଣ ସୂରୁପ ଯଦି ଜଣେ ବିବାହିତ ମହିଳା ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବାରେ ଅକ୍ଷମ ହେଉଛି ତେବେ ତାହା ଆଧୁନିକ ଚିକିତ୍ସା ବିଜ୍ଞାନରେ ସମ୍ଭବ ହୋଇପାରୁଛି। ଏବେ ଗର୍ଭବତୀ ହେବା IVF ଟେକ୍ନୋଲୋଜି ମାଧ୍ୟମରେ ସମ୍ଭବ ହୋଇପାରୁଛି। ଏହି ଉପାୟକୁ ସାରା ବିଶ୍ୱରେ ଆପଣାଯାଇଛି। ହେଲେ ରୁଷିଆରୁ ଆସିଥିବା ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ।
ମସ୍କୋରେ ଘଟିଥିବା ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ। ଜଣେ ମହିଳା ଗର୍ଭବତୀ ହେବା ପାଇଁ ନିଜ ସ୍ୱାମୀର ଶୁକ୍ରାଣୁ ବଦଳରେ ପ୍ରେମିକର ଶୁକ୍ରାଣୁକୁ ବ୍ୟବହାର କରିଥିବା ଅଭିଯୋଗ ଆସିଛି। ନିଜେ ମହିଳା ଜଣକ ଘଟଣାକୁ ସ୍ୱୀକାର କରିଛନ୍ତି।
ତେବେ ଯେଉଁ ହସ୍ପିଟାଲରେ ଏହି ଶୁକ୍ରାଣୁ ପ୍ରତିରୋପଣ ହୋଇଥିଲା ଉକ୍ତ ସଂସ୍ଥାକୁ ୪.୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ‘ଡେଲି ମେଲ’ର ଏକ ରିପୋର୍ଟ ଅନୁଯାୟୀ, ସ୍ୱାମୀ ମାକ୍ସିମ ଆନୋଖିନ୍ ସହ ସମ୍ପର୍କ ବିଗିଡ଼ି ଯିବାରୁ ପତ୍ନୀ ଜଣକ ଏଭଳି କାମ କରିଛନ୍ତି। ଇତି ମଧ୍ୟରେ ମହିଳା ଜଣଙ୍କର ପିଲାଟିଏ ଜନ୍ମ ହୋଇ ତାକୁ ୧ ବର୍ଷ ପୂରିଛି।
ମାକ୍ସିମ ପ୍ରଥମେ ପିଲାଟିକୁ ନିଜର ବୋଲି ଭାବୁଥିଲେ। କିନ୍ତୁ ପରେ ତାଙ୍କର ସନ୍ଦେହଜାତ ହେବାରୁ ସେ ତା’ର ଡିଏନଏ ପରୀକ୍ଷା କରିଥିଲେ। ଆଉ ସେଥିରେ ଯେଉଁ ରିପୋର୍ଟ ଆସିଥିଲା ତାହା ତାଙ୍କୁ ଚକିତ କରିଦେଇଥିଲା।
ରିପୋର୍ଟରେ ଜନ୍ମ ହୋଇଥିବା ପିଲା ତାଙ୍କ ପ୍ରକୃତ ପିଲା ନୁହଁ ବୋଲି ଜଣାପଡ଼ିଥିଲା। ଏନେଇ ସ୍ୱାମୀ ଜଣକ ମସ୍କୋରେ (Kulakov Medical Center in Moscow) ଥିବା କୁଲାକୋଭ୍ ମେଡିକାଲ ସେଣ୍ଟର୍ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏହା ପରେ ଉକ୍ତ ମେଡିକାଲ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସ୍ୱାମୀ ଜଣକ କହିଛନ୍ତି, ” ସ୍ତ୍ରୀ ଉପରେ ମୋର ୧୦୦ ପ୍ରତିଶତ ଭରସା ଥିଲା। ତେବେ ଘଟଣା ସମ୍ପର୍କରେ ମୁଁ ଯେତେବେଳେ ଜାଣିଲି, ତାଜୁବ୍ ହୋଇଗଲି।”
ଏ ବିଷୟରେ ପତ୍ନୀ ୟାନା ଆନୋଖିନ୍ କହିଛନ୍ତି ଯେ, ମୁ ମୋ ପ୍ରେମିକଙ୍କୁ ସ୍ୱାମୀଙ୍କ ଠାରୁ ଅଧିକ ଭଲ ପାଏ। ତେଣୁ ମୋ ପ୍ରେମିକ ପିଲାଟିର ବାପା ହୁଅନ୍ତୁ ବୋଲି ମୁଁ ଚାହୁଁଥିଲି। ପ୍ରେମିକ ପ୍ରତି ଅଧିକ ଦୁର୍ବଳତା ଥିବାରୁ ମୁଁ ବାଧ୍ୟ ହୋଇ ଏଭଳି ଭୁଲ କରିଥିଲି। ତେବେ IVF ଟେକ୍ନୋଲୋଜିରେ ଶୁକ୍ରାଣୁ ପ୍ରତିରୋପଣରେ ଯେଉଁ ଖର୍ଚ୍ଚ ହୋଇଥିଲା ତାହା ତାଙ୍କ ସ୍ୱାମୀ ହିଁ ବହନ କରିଥିଲେ।
ସୌଜନ୍ୟ: ଆଜ୍ତକ
from Odisha Reporter https://ift.tt/2MLkJZJ
No comments:
Post a Comment