
ଜାକର୍ତ୍ତା: ୬୯ଟି ପଦକ ଜିତି ଜାକର୍ତ୍ତା ଏସିଆନ୍ ଗେମ୍ସରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦର୍ଜ କରିଛି। ଗତକାଲି ସମସ୍ତ ମ୍ୟାଚ୍ ସରି ଯାଇଥିବା ବେଳେ ଆଜି କେବଳ ଟ୍ରାଇଥଲନ୍ ଅନୁଷ୍ଠିତ ହେବ। ଏହା ସରିବା ପରେ ଆଜି ଅପରାହ୍ଣରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ।
ଏହି ସମାରୋହରେ ଭାରତୀୟ ମହିଳା ହକି ଟିମ୍ର ଅଧିନାୟକ ରାନୀ ରାମ୍ପାଲ୍ ଜାତୀୟ ପତାକା ଧରି ସାଥି ଭାରତୀୟ ଖେଳାଳିଙ୍କ ସହ ଷ୍ଟାଡିୟମରେ ପ୍ରବେଶ କରିବେ।
ଭାରତ ଏହି ଏମସିଆନ୍ ଗେମ୍ସରେ ନୂତନ ଉଚ୍ଚତାରେ ପହଞ୍ଚିବା ସହ ୬୯ଟି ପଦକ (୧୫ ସ୍ଵର୍ଣ୍ଣ, ୨୪ ରୌପ୍ୟ ଓ ୩୦ ବ୍ରୋଞ୍ଜ) ଜିତିଛି। ପୂର୍ବରୁ,୨୦୧୦ରେ ଭାରତ ସର୍ବାଧିକ ୬୫ଟି ପଦକ ଜିତିଥିବା ବେଳେ ଚଳିତ ଗେମ୍ସରେ ସେ ରେକର୍ଡ ଭାଙ୍ଗିଛି।
ସୂଚନାଯୋଗ୍ୟ, ରାମ୍ପାଲ୍ଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ୨୦ ବର୍ଷ ପରେ ପୁଣି ଥରେ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଫାଇନାଲ୍ ମୁକାବିଲାରେ ଦଳ ଜାପାନଠାରୁ ୨-୧ ଗୋଲ୍ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି।
from Odisha Reporter https://ift.tt/2NBiPHo
No comments:
Post a Comment