ଆସାମ ଏନ୍‌ଆର୍‌ସିରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣା: ସୁପ୍ରିମକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଆସାମ ଏନ୍‌ଆର୍‌ସିରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣା: ସୁପ୍ରିମକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନସ୍‌(ଏନ୍‌ଆର୍‌ସି) ଡ୍ରାଫ୍ଟ୍‌ରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣାରେ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ବାଦ୍‌ ପଡ଼ିଥିବା ଲୋକଙ୍କ ଆବେଦନକୁ ଗ୍ରହଣ କରିବା ପାଇଁ ଏନ୍‌ଆର୍‌ସି କର୍ତ୍ତୃପକ୍ଷ ପୁଣି କାର୍ଯ୍ୟ ଆରମ୍ଭ କରନ୍ତୁ। ଲୋକଙ୍କ ସମସ୍ୟା କ’ଣ ରହିଛି ଏବଂ ଯେଉଁମାନେ ପୁନଃ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସୁଯୋଗ ମିଳିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଆର୍‌ଏଫ୍‌ ନରିମନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକମାନେ କରୁଥିବା ଅଭିଯୋଗର ଶୁଣାଣି ଓ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୫ରୁ ଆରମ୍ଭ ହେବ। ଏହା ୬୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ଏନ୍‌ଆର୍‌ସି ଡ୍ରାଫ୍ଟ୍‌ରୁ ବାଦ୍‌ ପଡ଼ିଥିବା ଲୋକମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ।

ସମସ୍ତଙ୍କୁ ନିଜର ନାଗରିକତ୍ୱ ପ୍ରମାଣ ଦେବାକୁ ଦ୍ୱିତୀୟ ଥର ସୁଯୋଗ ମିଳିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ ଯାଏ ସ୍ଥଗିତ ରଖିଛନ୍ତି। ଏହି ସମୟରେ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହାଜେଲା ଓ କେନ୍ଦ୍ର ସରକାର ନିଜ ପକ୍ଷ ରଖିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2prW7qZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages