ସ୍ୱାସ୍ଥ୍ୟ ସୂଚନା ପାଇଁ ଏହିସବୁ ଟେଷ୍ଟ୍‌ ନିହାତି କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ସ୍ୱାସ୍ଥ୍ୟ ସୂଚନା ପାଇଁ ଏହିସବୁ ଟେଷ୍ଟ୍‌ ନିହାତି କରନ୍ତୁ

tsh_thumbt111

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ତ ଆମ ଶରୀରର ବିଭିନ୍ନ ଅଙ୍ଗ ଓ ମାଂସପେଶୀକୁ ପୋଷଣ ତତ୍ତ୍ୱ ଏବଂ ଅମ୍ଳଜାନ ଯୋଗାଇବା ସହ ଶରୀରରୁ କାର୍ବନ୍‌ ଡାଇଅକ୍ସାଇଡ୍‌କୁ ବାହାର କରିଥାଏ। ରକ୍ତ ସମ୍ପୂର୍ଣ୍ଣ ଶରୀରରେ ପ୍ରବାହିତ ହେଉଥିବାରୁ, ଏହାର ବିଭିନ୍ନ ପରୀକ୍ଷା ଦ୍ୱାରା ଆମକୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ଆସନ୍ତୁ ଏହିପରି ୪ଟି ରକ୍ତ ପରୀକ୍ଷା ସମ୍ପର୍କରେ ଜାଣିବା, ଯାହା ଆମ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ।

ସିବିସି(Complete blood count):cbc-test1
ସିବିସି ପରୀକ୍ଷା ଆପଣଙ୍କୁ ବହୁ ଅଙ୍ଗର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କହିଥାଏ। ଏଥିପାଇଁ ସିବିସିକୁ ଏକ ଜରୁରୀ ପରୀକ୍ଷା ବୋଲି କୁହାଯାଏ। ଏହି ପରୀକ୍ଷା ଦ୍ୱାରା ଲିଭର୍‌, ହାର୍ଟ ଏବଂ କିଡ୍‌ନୀର ଅବସ୍ଥା ଜଣା ପଡ଼ିଥାଏ। ଏହାଦ୍ୱାରା ଶରୀରର ରକ୍ତକୋଷଗୁଡ଼ିକର ଯାଞ୍ଚ ମଧ୍ୟ ହୋଇଥାଏ। ଏହି ଯାଞ୍ଚବେଳେ ଯଦି ବ୍ୟକ୍ତିଙ୍କର ରକ୍ତକଣିକା କମ୍‌ ଥିବା ଜଣାପଡ଼େ, ତେବେ ଭବିଷ୍ୟତରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ହେବାର ସୂଚନା ମିଳିଥାଏ।

Electrolyte ବା କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ୍‌: electrolyte-test1ଏହି ପରୀକ୍ଷା ଦ୍ୱାରା କିଡ୍‌ନୀର ସ୍ୱାସ୍ଥ୍ୟ ସମ୍ପର୍କରେ ଜଣା ପଡ଼ିଥାଏ। କିଡ୍‌ନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରର ରକ୍ତକୁ ପରିଷ୍କାର କରି ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। କିଡ୍‌ନୀ ଫଙ୍କ୍‌ସନ୍‌ ଟେଷ୍ଟ୍‌ରେ ସୋଡିୟମ୍‌, ପୋଟାସିୟମ୍‌, କ୍ଲୋରାଇଡ୍‌, ବାଇକାର୍ବୋଲେଟ୍‌, ୟୁରିଆ ଓ କ୍ରିଏଟିନିନ୍‌ ଇଦ୍ୟାଦି ଟେଷ୍ଟ୍‌ କରିବାକୁ ପଡ଼ିଥାଏ।

ଥାଇରଏଡ୍‌ ଟେଷ୍ଟ୍‌: tsh_thumbt222
ଥାଇରଏଡ୍‌ ସମସ୍ୟାକୁ ଶରୀରରେ ସାଇଲେଣ୍ଟ୍‌ କିଲର୍‌ ବୋଲି କୁହାଯାଏ। ଏହା ମହିଳା ଓ ପୁରୁଷ ଉଭୟଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ରୋଗ ବଢ଼ିଯିବା ପରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ। ଅନିଦ୍ରା, ଚିନ୍ତା, ଖାଦ୍ୟପାନୀୟରେ ସୋଡିୟମ୍‌ ଏବଂ ଆୟୋଡିନ୍‌ କମ୍‌ ରହିବା କାରଣରୁ ଥାଇରଏଡ୍‌ ସମସ୍ୟା ସୃଷ୍ଟି ହୁଏ। ଥାଇରଏଡ୍‌ ଗ୍ରନ୍ଥୀ ଅଧିକ ସକ୍ରିୟ ହେଲେ, ହୃତ୍‌ପିଣ୍ଡଜନିତ ରୋଗ, ଓଜନ ହ୍ରାସ ଓ ଥକା ଲାଗିବା ପରି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଥାଇରଏଡ୍‌ ଟେଷ୍ଟ ଜରୁରୀ ଅଟେ।

କୋଲେଷ୍ଟରଲ୍‌ ପରୀକ୍ଷା:electrolyte-test1
କୋଲେଷ୍ଟରଲ୍‌ ପରୀକ୍ଷା ଦ୍ୱାରା ହୃତ୍‌ପିଣ୍ଡର ଅବସ୍ଥା ସମ୍ପର୍କରେ ଜଣା ପଡ଼ିଥାଏ। ସାଧାରଣତଃ ଏହି ପରୀକ୍ଷାରେ କୋଲେଷ୍ଟରଲ୍‌,Triglycerides, HDL, LDL, Cholesterol / HDL ରେସିଓର ଯାଞ୍ଚ ହୋଇଥାଏ। HDLକୁ High density lipoprotein କୁହାଯାଏ। ଶରୀରରେ ଏହା ହ୍ରାସ ପାଇଲେ, ହୃଦ୍‌ ରୋଗ ହେବାର ଆଶଙ୍କା ସୃଷ୍ଟି ହୁଏ।
ପରୀକ୍ଷାରୁ ଯଦି Cholesterol / HDL ୬୦ ମିଲିଗ୍ରାମ୍‌ ବା ଡେସିଲିଟର୍‌ରୁ ଅଧିକ ରୁହେ, ତେବେ ହୃତ୍‌ରୋଗ ହେବାର ଆଶଙ୍କା କମ୍‌ ଥାଏ। କିନ୍ତୁ କୌଣସି ବ୍ୟକ୍ତିଙ୍କର HDL ୪୦ ମିଲିଗ୍ରାମ୍‌ ବା ଡେସିଲିଟର୍‌ରୁ କମ୍‌ ରହିଲେ ହୃତ୍‌ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।



from Odisha Reporter https://ift.tt/2MMaLlX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages