ସେଲ୍ସ ମ୍ୟାନେଜରଙ୍କୁ ଚୋର ଭାବି ପୁଲିସ୍‌ ଚଳାଇଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ସେଲ୍ସ ମ୍ୟାନେଜରଙ୍କୁ ଚୋର ଭାବି ପୁଲିସ୍‌ ଚଳାଇଲା ଗୁଳି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍‌ର ଗୋଟିଏ ଛୋଟିଆ ଭୁଲ ଜଣେ ବ୍ୟକ୍ତିଙ୍କ ଜୀବନ ନେବା ସହ ତାଙ୍କ ପରିବାରକୁ ସାରା ଜୀବନ ପାଇଁ ଅସହାୟ କରିଦେଇଛି। ମୋବାଇଲ୍‌ କମ୍ପାନୀର ସେଲ୍ସ ମ୍ୟାନେଜରଙ୍କୁ ଚୋର ବୋଲି ସନ୍ଦେହ କରି ୟୁପି ପୁଲିସ୍‌ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳିମାଡ଼ ଯୋଗୁ ସେଲ୍ସ ମ୍ୟାନେଜର ବିବେକ ତିୱାରୀଙ୍କ ମୃତ୍ୟୁ ଘଟିଛି। ଜଣେ କନଷ୍ଟେବଲ୍‌ ଏଭଳି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଘଟଣାରେ ସଂପୃକ୍ତ ଥିବା ୨ ଜଣ କନଷ୍ଟେବଲ୍‌କୁ ପୁଲିସ୍‌ ଗିରଫ କରିଛି।

ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଲକ୍ଷ୍ନୌର ଗୋମତୀ ନଗର ନିକଟରେ ଥିବା ମକଦମପୁର ପୁଲିସ୍‌ ପୋଷ୍ଟ ନିକଟରେ ଏଭଳି ଘଟଣା ଘଟିଛି। ବିବେକ ଓ ତାଙ୍କର ଜଣେ ପୁରୁଣା ବନ୍ଧୁ ସାନା ଖାନ୍‌ ଏକ କାର୍‌ରେ ଯାଉଥିବା ବେଳେ କନଷ୍ଟେବଲ୍‌ ପ୍ରଶାନ୍ତ କୁମାର ଓ ସନ୍ଦୀପ କୁମାର ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଗାଡ଼ି ନ ଅଟକାଇ ସେଠାରେ ଥିବା ପୁଲିସ୍‌ର ପାଟ୍ରୋଲିଂ ବାଇକ୍‌କୁ ଧକ୍କା ଦେବା ସହ ପୋଷ୍ଟକୁ ମଧ୍ୟ ଧକ୍କା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ କନଷ୍ଟେବଲ୍‌ ପ୍ରଶାନ୍ତ ବିବେକଙ୍କ ଗାଡ଼ି ଉପରକୁ ଗୁଳି କରିଥିଲେ। ଗୁଳିଟି କାର୍‌ର ଆଗ କାଚ ଭାଙ୍ଗି ବିବେକଙ୍କ ଦେହରେ ମାଡ଼ ହୋଇଥିଲା। ତାଙ୍କୁ ଲୋହିଆ ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ବିବେକଙ୍କ ବନ୍ଧୁ ସାନା ଖାନ୍‌ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ କନେଷ୍ଟବଲ୍‌ ପ୍ରଶାନ୍ତ କୁମାରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସାନା ଖାନ୍‌ଙ୍କୁ ମଧ୍ୟ ପୁଲିସ୍‌ ମିଡିଆ ସହ କଥା ହେବାକୁ ବାରଣ କରିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦରକାର ପଡ଼େ ଘଟଣାର ସିବିଆଇ ତଦନ୍ତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ବିବେକଙ୍କ ପତ୍ନୀ କଳ୍ପନା ଟ୍ୱିଟର୍‌ ଜରିଆରେ ୧ କୋଟି ଟଙ୍କା କ୍ଷତି ପୂରଣ ମାଗିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।



from Odisha Reporter https://ift.tt/2xTvHTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages