ମନ୍‌ପ୍ରୀତ୍‌ ସିଂହ ଅଧିନାୟକ; ଓଡ଼ିଶାରୁ କେହି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ମନ୍‌ପ୍ରୀତ୍‌ ସିଂହ ଅଧିନାୟକ; ଓଡ଼ିଶାରୁ କେହି ନାହାନ୍ତି

manpreet

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୮ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏସିଆନ୍‌ ଚାମ୍ପିଅନ୍‌ସ ଟ୍ରଫି ହକି। ଓମାନ୍‌ର ମସ୍କଟ୍‌ରେ ଖେଳା ଯିବ ଏହି ଚାମ୍ପିଅନ୍ସ ଟ୍ରଫି।

ଏହି ଟ୍ରଫି ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି। ପିଆର୍ ଶ୍ରୀଜେସ୍‌ଙ୍କ ବଦଳରେ ମନ୍‌ପ୍ରୀତ୍ ସିଂହଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଚିଙ୍ଗଲେନ୍‌ସାନା ସିଂହଙ୍କୁ ଉପ-ଅଧିନାୟକ କରାଯାଇଛି। ତେବେ ଏ ଦଳରେ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ। ଫଳରେ ବିଶ୍ୱକପ୍ ଆୟୋଜନ କରୁଥିବା ଓଡ଼ିଶାକୁ ଏହା ନିରାଶ କରିଛି।

ଏହି ଟ୍ରଫିରେ ଭାରତ ସହିତ ମାଲେସିଆ, ପାକିସ୍ତାନ, କୋରିଆ, ଜାପାନ ଓ ଆୟୋଜକ ଓମାନ୍ ପ୍ରମୁଖ ଭାଗ ନେବେ।

ଅକ୍ଟୋବର ୧୮ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଓମାନ୍ ସହିତ ଖେଳିବ। ତା’ପରେ ଦଳ ୨୦ ତାରିଖରେ ପାକିସ୍ତାନ ସହ, ୨୧ରେ ଜାପାନ, ୨୩ରେ ମାଲେସିଆ ଓ ୨୪ରେ କୋରିଆ ସହ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ।

ଏହା ପୂର୍ବରୁ ୨୦୧୬ରେ ମାଲେସିଆରେ ଖେଳା ଯାଇଥିବା ଏସିଆନ୍‌ ଚାମ୍ପିଅନ୍‌ସ ଟ୍ରଫି ହକିରେ ଭାରତ ଚାମ୍ପିଅନ୍ ହୋଇଥିଲା। ଦଳ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିଲା।

ଭାରତୀୟ ଦଳ- ପିଆର୍‌ ଶ୍ରୀଜେସ୍‌ ଓ କୃଷ୍ଣ ବାହାଦୂର ପାଠକ (ଗୋଲ୍‌ ରକ୍ଷକ), ହର୍‌ମନ୍‌ପ୍ରୀତ୍ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠାଜିତ୍ ସିଂହ ଖାଡ଼ାଙ୍ଗବାମ୍, ସୁରେନ୍ଦ୍ର କୁମାର, ଜର୍ମନ୍‌ପ୍ରୀତ୍ ସିଂହ, ହାର୍ଦିକ ସିଂହ (ଡିଫେଣ୍ଡର୍ସ), ମନପ୍ରୀତ୍ ସିଂହ (ଅଧିନାୟକ), ସୁମିତ୍, ନୀଳକଣ୍ଠ ଶର୍ମା, ଚିଙ୍ଗଲନ୍‌ସାନା ସିଂହ କଙ୍ଗୁଜାମ୍ (ଉପ-ଅଧିନାୟକ),ଲଳିତ କୁମାର ଉପାଧ୍ୟାୟ (ମିଡ୍‌ଫିଲ୍ଡର୍ସ) ଆକାଶ୍‌ଦୀପ୍ ସିଂହ, ଗୁର୍‌ଜାଣ୍ଟ ସିଂହ, ମନ୍‌ଦୀପ୍ ସିଂହ, ଦିଲ୍‌ପ୍ରୀତ୍ ସିଂହ (ଫର୍‌ୱାର୍ଡସ୍‌)।



from Odisha Reporter https://ift.tt/2QXb0xM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages