‘ବିଗ୍‌ ବସ୍‌’କୁ ସ୍ୱାମୀଙ୍କ ଜ୍ୟାକେଟ୍‌ ଓ ଟି’ ସାର୍ଟ ନେଇ କାହିଁକି ଆସିଛନ୍ତି ଦୀପିକା?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

‘ବିଗ୍‌ ବସ୍‌’କୁ ସ୍ୱାମୀଙ୍କ ଜ୍ୟାକେଟ୍‌ ଓ ଟି’ ସାର୍ଟ ନେଇ କାହିଁକି ଆସିଛନ୍ତି ଦୀପିକା?  

SOEB

ମୁମ୍ବାଇ: ‘କଲର୍ସ’ରେ ପ୍ରସାରିତ ‘ବିଗ୍‌ ବସ୍‌-୧୨’ର ପ୍ରତିଯୋଗୀ ଦୀପିକା କକର୍‌ ଇବ୍ରାହିମ୍‌ ଏବେ ଖୁବ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଶୋ’ରେ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ‘ବିଗ୍‌ ବସ୍‌’ ଘରେ ଦୀପିକା ବହୁଥର ସ୍ୱାମୀ ଶୋଏବ୍‌ ଇବ୍ରାହିମ୍‌ଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ୁଛନ୍ତି। ଚର୍ଚ୍ଚା ହେଉଛି, ଦୀପିକା ‘ବିଗ୍‌ ବସ୍‌’ ଶୋ’କୁ ସ୍ୱାମୀଙ୍କ ଟି’ ସାର୍ଟ୍‌ ଓ ଜ୍ୟାକେଟ୍‌ ନେଇ ଆସିଛନ୍ତି।

ସୂଚନା ଅନୁସାରେ, ‘ବାହାଘର ପରେ ପ୍ରଥମ ଥର ପାଇଁ ଦୀପିକା ସ୍ୱାମୀ ଶୋଏବ୍‌ଙ୍କ ଠାରୁ ଅଲଗା ହୋଇଛନ୍ତି। ତା’ ପୁଣି ଦୀର୍ଘ ତିନି ମାସ ପାଇଁ। ସେଥିପାଇଁ ଶୋଏବ୍‌ଙ୍କୁ ପାଖରେ ଅନୁଭବ କରିବା ପାଇଁ  ଦୀପିକା ‘ବିଗ୍‌ ବସ୍‌’ ଘରକୁ ସ୍ମାମୀଙ୍କ ଜ୍ୟାକେଟ୍‌ ଓ ସାର୍ଟ୍‌ ନେଇ ଆସିଛନ୍ତି।

soev2ସୂଚନାଯୋଗ୍ୟ, ନିକଟରେ ‘ବିଗ୍‌ ବସ୍‌’ ଘରେ ଥିବା ପ୍ରତିଯୋଗୀମାନଙ୍କ ନିଜ ଘରୁ କିଛି ଉପହାର ଆସିଥିଲା।  ତେବେ ଶୋଏବ୍‌ ପଠାଇଥିବା ଉପହାର ଦେଖି ଦୀପିକା ନିଜ ଫିଲିଙ୍ଗ୍‌କୁ କଣ୍ଟ୍ରୋଲ୍‌ କରି ପାରି ନଥିଲେ। ଏହି ଉପହାରରେ ଶୋଏବ୍‌, ଦୀପିକା ଓ ତାଙ୍କ ବାହାଘର ବେଳର କିଛି ଫଟୋ ପଠାଇଥିଲେ। ଏସବୁକୁ ଦେଖିବା ପରେ ଦୀପିକା ଖୁବ୍‌ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କାନ୍ଦି ପକାଇଥିଲେ।

ଦୀପିକାଙ୍କ ପାଖକୁ ଆସିଥିବା ଏହିସବୁ ଉପହାର ଦେଖି ‘ବିଗ୍ ବସ୍‌’ ଘରର ଅନ୍ୟ ପ୍ରତିଯୋଗୀମାନେ ଶୋଏବ୍‌ଙ୍କର ପ୍ରଶଂସା କରି କହିଥିଲେ, ‘ଆପଣଙ୍କ ସ୍ୱାମୀ ଖୁବ୍‌ ସ୍ମାର୍ଟ୍‌।’



from Odisha Reporter https://ift.tt/2xRkQZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages