
କଟକ(ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ୍ର ଆକ୍ରମଣ ଅଭିଯୋଗ ମାମଲାରେ ଗତକାଲି ରାତିରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହୋମ୍ଗାର୍ଡ ଅଛନ୍ତି। ତାଙ୍କ ନାଁ କିଶୋର ଜେନା। ଅନ୍ୟ ଅଭିଯୁକ୍ତଙ୍କ ନାଁ ଦିଲ୍ଲୀପ ସିଂ।
ଓକିଲଙ୍କୁ ପୁଲିସ୍ର ଆକ୍ରମଣ ଅଭିଯୋଗ ଘଟଣାରେ ଆନ୍ଦୋଳନ ତୀବ୍ର ହୋଇଛି। ଆଜି ପରବର୍ତ୍ତୀ ପଦକ୍ଷେପ ନେଇ ଓକିଲ ସଂଘର ବୈଠକ ବସିବ। ଏଥିରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ।
ଗତକାଲି କଟକର ସବୁ ସରକାରୀ ଅଫିସ୍ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି ଅଫିସ୍ ଭିତରକୁ କାହାକୁ ଛାଡ଼ି ନ ଥିଲେ।
ଓକିଲମାନଙ୍କ ଆନ୍ଦୋଳନ ଯୋଗୁ କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆରଡିସି, ଜିଲ୍ଲାପାଳ, ଡିଆରଡିଏ ସମେତ ବିଭିନ୍ନ ସରକାରୀ ଅଫିସ୍ରେ କାମ ପୂରା ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓକିଲମାନେ ଜିଦ୍ ଧରି ବସିଛନ୍ତି।
from Odisha Reporter https://ift.tt/2ORQYUb
No comments:
Post a Comment