ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ

baripada1

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମହିଳାଙ୍କ ଆଗରେ ତାଙ୍କ ଦୁଇ ଝିଅ ଓ ଝିଆରୀ ବୁଡ଼ି ଯାଇଛନ୍ତି।
ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)।
ଏହି ଘଟଣା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଘଟିଛି।
ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ ଏବଂ ଝିଆରୀ କାବିଙ୍କୁ ନେଇ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ଗାଧୋଉ ଥିବା ବେଳେ ତିନି ଭଉଣୀ ହଠାତ୍‌ ବୁଡ଼ି ଯାଇଥିଲେ। ମହିଳା ଜଣଙ୍କ ଚିତ୍କାର କରି ଅନ୍ୟମାନଙ୍କୁ ଡାକିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/2CEitih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages