ସମୁଦ୍ରରେ ବୁଡ଼ିଗଲା ଡଙ୍ଗା: ଜଣେ ଗୁରୁତର, ୬ ଜଣ ପହଁରି ପହଁରି କୂଳକୁ ଆସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ସମୁଦ୍ରରେ ବୁଡ଼ିଗଲା ଡଙ୍ଗା: ଜଣେ ଗୁରୁତର, ୬ ଜଣ ପହଁରି ପହଁରି କୂଳକୁ ଆସିଲେ

danga

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋଖରକୁଦାରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗାବୁଡ଼ି ଡି .ସନ୍ୟାସୀ ନାମକ ଜଣେ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଡଙ୍ଗାରେ ଥିବା ଅନ୍ୟ ୬ ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଛନ୍ତି।
ସୂଚନା ଅନୁସାରେ ଆଜି ମାଛ ମାରିବା ପାଇଁ ଏକ ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଇଥିଲେ। ଏହି ସମୟରେ ଏକ ଉଚ୍ଚା ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ୬ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିଲେ। ସେମାନେ ସାମାନ୍ୟ ଆହତ ହୋଇଛନ୍ତି। ସନ୍ୟାସୀ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।



from Odisha Reporter https://ift.tt/2O5qApq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages