ଲିପ୍‌ ଲକ୍‌ କରିବାକୁ ଅମଙ୍ଗ ହେଉଛନ୍ତି ଟାଇଗର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଲିପ୍‌ ଲକ୍‌ କରିବାକୁ ଅମଙ୍ଗ ହେଉଛନ୍ତି ଟାଇଗର୍‌

ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ କରନ ଜୋହର ନିଜ ସୁପର ହିଟ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୱେଲ ନେଇ ଆସୁଛନ୍ତି। ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମରେ ଟାଇଗର ଶ୍ରଫ୍, ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ମୁଖ୍ୟ ଭୁମିକାରେ ଅଛନ୍ତି।
ସୁଟିଂର ପ୍ରଥମ ସିଡ୍ୟୁଲ୍ ପୂରା ହୋଇସାରିଲାଣି। ହେଲେ ଖବର ଆସିଛି ଟାଇଗର କୁଆଡ଼େ ଏଥର ଲିପ୍‌ ଲକ୍‌ ପାଇଁ ପୂରା ଅମଙ୍ଗ।
ବର୍ତ୍ତମାନର ଟ୍ରେଣ୍ଡ ଯାହା କହୁଛି ଏମିତି ସିନ୍‌ କରିବା ଏକ ସାଧାରଣ କଥା। ହେଲେ ବୁଝାପଡୁନି କ’ଣ ପାଇଁ ଟାଇଗର ଏମିତି କରିବାକୁ ମନା କରୁଛନ୍ତି। କଥାଟା ଶୁଣି ଆମକୁ ଲାଗିଲା ବୋଧହୁଏ ଟାଇଗର କାହା ପ୍ରେମରେ ପଡିଛନ୍ତି। ଆଉ ସେଇଥିପାଇଁ ହୁଏତ ଏମିତି ନିଷ୍ପତ୍ତି ନେଇଛନ୍ତି।
ହେଲେ ବୁଝୁବୁଝୁ ଜଣାପଡ଼ିଲା କଥାଟା କୁଆଡେ ଉଡ଼ା ଖବର।
ଟାଇଗର ଶ୍ରଫ୍ ନିଜ କଣ୍ଟ୍ରାକ୍ଟରେ ‘ନୋ ଲିପ୍‌ ଲକ୍‌ କ୍ଲଜ୍‌’କୁ ସାମିଲ କରାଇଛନ୍ତି ବୋଲି ଯେଉଁ ଗୁଜବ ଉଠିଛି ତାହା ମିଛ ବୋଲି କହି ସେ ଖଣ୍ଡନ କରିଛନ୍ତି।
ଟାଇଗର କହିଛନ୍ତି, ‘‘ଏହା କେବଳ ଏକ ଗୁଜବ ଆଉ କିଛି ନୁହେଁ। ଆପଣମାନେ ଦେଖିଥିବେ ମୋର ପ୍ରତିଟି ଫିଲ୍ମରେ କିସିଂ ସିନ୍ ସାମିଲ ଅଛି। ଯଦି ଫିଲ୍ମର କାହାଣୀ କିଛି ସିନ୍‌ ମାଗୁଛି, ତେବେ ମୋର କୌଣସି ବି ସିନ୍‌ କରିବାକୁ ଆପତ୍ତି ନାହିଁ। ଜଣେ ଅଭିନେତା ହିସାବରେ ଆମକୁ ଅନେକ ଜିନିଷକୁ ଆପଣେଇବା ଉଚିତ୍।’’
ଏବେ ଯାଏ ରିଲିଜ ହୋଇଥିବା ତାଙ୍କ ପ୍ରତ୍ୟେକ ଫିଲ୍ମରେ ନିଜ ଦକ୍ଷତାକୁ ସେ ଖୁବ୍‌ ଭଲ ଭାବେ ପ୍ରଦର୍ଶନ କରିଛନ୍ତି। ‘ହିରୋପନ୍ତି’ର ରୋମାଣ୍ଟିକ୍‌ ଜେଶ୍ଚର ହେଉ ଅଥବା ‘ବାଗି-୨’ରେ ଆକ୍ସନ୍‌ ଷ୍ଟଣ୍ଟ, ସବୁଥିରେ ଟାଇଗର ଦର୍ଶକଙ୍କ ମନ ଜିତିଛନ୍ତି।
ସେ ଯାହା ହେଉନା କାହିଁକି, ପୁନିତ୍‌ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ(‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’) ଆସନ୍ତା ବର୍ଷ ମେ ମାସରେ ରିଲିଜ୍‌ ହେବ। ଏହି ଫିଲ୍ମ ଜରିଆରେ ଚଙ୍କିପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବଲିଉଡରେ ଡେବ୍ୟୁ କରିବେ।


from Odisha Reporter https://ift.tt/2Oh2Uyr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages