କାର୍ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

କାର୍ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

car-accident-in-paradep123

ପାରାଦୀପ (ଏନ୍‌ଏମ୍‌ବୈଶାଖ): କାର୍ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୁଣ୍ଡରୁ ଖପୁରି ଅଲଗା ହୋଇ ରାସ୍ତାରେ ପଡ଼ିଛି। ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାରାଦୀପରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ପଙ୍କପାଳ ଗାଁର ପରୀକ୍ଷିତ ଶତପଥୀ ସ୍କୁଟିରେ ନିଜର ୧୦ ବର୍ଷର ନାତି ପତିତପାବନ ଓ ପୁତୁରା ବୈଦ୍ୟନାଥଙ୍କୁ ଧରି ପାରାଦୀପରୁ ଘରକୁ ଫେରୁଥିଲେ। କୁଜଙ୍ଗ ପଥୁରିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ସ୍କୁଟିରୁ ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପତିତପାବନଙ୍କ ମୁଣ୍ଡର ଖପୁରି ରାସ୍ତା ଉପରେ ପଡ଼ିଥିଲା। ଆଉ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।

ଦୁର୍ଘଟଣା ପରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2wMPvHv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages