
ମୁମ୍ୱାଇ(ଓଡିଶା ରିପୋର୍ଟର):ଅଚାନକ ଏକ ଅଫିସ୍ ପରିଦର୍ଶନରେ ଆସିଥିବା ଜଣେ ଆଇଏଏସ୍ ଅଫିସର ଅଫିସ୍ କାନ୍ଥରେ ପାନ ଛେପ ପଡିଥିବା ଦେଖି ସେହି କାନ୍ଥକୁ ନିଜ ଟାୱେଲରେ ସଫା କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଏହି ଶିକ୍ଷଣୀୟ ଘଟଣାଟି ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଘଟିଛି।
ଅକୋଲା ଜିଲ୍ଲାରେ ରାସ୍ତାର ମରାମତି କାର୍ଯ୍ୟରେ ପୂର୍ତ୍ତ ବିଭାଗର ଅବହେଳା ଓ ଉଦାସୀନତାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଥିଲେ । ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକମାନଙ୍କ ଅଭିଯାଗକୁ ଭିତ୍ତି କରି ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ(ଆଇଏଏସ) ପୂର୍ତ୍ତବିଭାଗର ଅଫିସ୍କୁ ଅଚାନକ ପରିଦର୍ଶନରେ ଆସି ପହଞ୍ଚିଥିଲେ।
ତେବେ ପୂର୍ତ ବିଭାଗ ଅଫିସରେ ପହଂଚିବା ପରେ ଅଫିସ କାନ୍ଥର ଅବସ୍ଥା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, କାରଣ ଅଫିସ କାନ୍ଥସାରା ପାନ ଛେପ ପଡ଼ି଼ଥିଲା।
ଏହାପରେ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ କାନ୍ଥରେ ପଡିଥିବା ପାନ ଛେପକୁ ନିଜ ଟାୱେଲ୍ରେ ସଫା କରିବାକୁ ଲାଗିଥିଲେ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଯେଉଁ ଅଧିକାରୀମାନେ ନିଜ ଅଫିସ୍ ପରିସରକୁ ସଫା ରଖୁନାହାନ୍ତି, ସେମାନେ କେବେହେଲେ ନିଜ ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇ ପାରିବେ ନାହିଁ। ସେଥିପାଇଁ ଅକୋଲାରେ ପୂର୍ତ୍ତବିଭାଗର କାମକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଅଛନ୍ତି।
from Odisha Reporter https://ift.tt/2wFauey
No comments:
Post a Comment