ଆସିଲାନି ଦମକଳ ଗାଡ଼ି, ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଆସିଲାନି ଦମକଳ ଗାଡ଼ି, ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର

fire,,,,,,

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁରେ ନିଆଁ ଲାଗି ୫ଟି ପରିବାରର ୫ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଆସି ନ ଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ବାରମ୍ବାର ଫୋନ୍‌ କରିବା ପରେ ଦମକଳ ଗାଡ଼ି ନ ଆସିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।



from Odisha Reporter https://ift.tt/2MTYnAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages