ବ୍ରେକ୍‌ଫାଷ୍ଟ୍‌ରେ ପରଷନ୍ତୁ ଗରମା ଗରମ ମସରୁମ୍‌ ମସାଲା ଟୋଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ବ୍ରେକ୍‌ଫାଷ୍ଟ୍‌ରେ ପରଷନ୍ତୁ ଗରମା ଗରମ ମସରୁମ୍‌ ମସାଲା ଟୋଷ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବ୍ରେକ୍‌ଫାଷ୍ଟ୍‌ରେ ଆପଣ ବିଭିନ୍ନ ଟୋଷ୍ଟ୍‌ ଖାଇଥିବେ। ଆଜି ଆମେ ଆପଣଙ୍କୁ ମସରୁମ୍‌ ମସଲା ଟୋଷ୍ଟ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜଣାଇବୁ।

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, କଟା ମସରୁମ୍‌, ରିଫାଇନ୍‌ ତେଲ, ଗୋଟା ଜିରା, କଶ୍ମିରୀ ଲଙ୍କା, କଟା ରସୁଣ, କଟା ପିଆଜ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଟା ଟମାଟୋ, ବଟର୍‌, ଚିଜ୍‌ କୋରା, ଲେମ୍ବୁ ରସ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜିରା, କଶ୍ମିରୀ ଲଙ୍କା, କଟା ପିଆଜ ଓ ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ ଏସବୁକୁ ଭଲଭାବେ କଷନ୍ତୁ। ପରେ ଏଥିରେ ଟମାଟୋ ପକାଇ କଷନ୍ତୁ।

କିଛି ସମୟ କଷିବା ପରେ ଏଥିରେ କଟା ମସରୁମ୍‌ ପକାନ୍ତୁ। ଏଥିସହ ଲୁଣ, ବଟର୍‌ ଓ ଅଳ୍ପ ଲେମ୍ବୁ ରସ ମଧ୍ୟ ପକାଇ ଦିଅନ୍ତୁ ଏବଂ ମିଶ୍ରଣକୁ ଭଲଭାବେ କଷି ଦିଅନ୍ତୁ। ବର୍ତ୍ତମାନ ବ୍ରେଡ୍‌ଗୁଡ଼ିକୁ ବଟର୍‌ ଲଗାଇ ୧୮୦ ଡିଗ୍ରିରେ ୧୦ ମିନିଟ୍‌ ଯାଏ ଓଭନ୍‌ରେ ସେକି ଦିଅନ୍ତୁ।

ଏବେ ଓଭନ୍‌ ଟ୍ରେ ଉପରେ ବ୍ରେଡ୍‌ଗୁଡ଼ିକୁ ରଖନ୍ତୁ। ପ୍ରତି ବ୍ରେଡ ପିସ୍‌ ଉପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମରୁମ୍‌ ମସଲାକୁ ଲଗାନ୍ତୁ। ଏହା ଉପରେ କିଛି ଚିଜ୍‌ କୋରା ପକାନ୍ତୁ। ଏହା ଉପରେ ଆଉ ଏକ ବ୍ରେଡ୍‌କୁ ରଖନ୍ତୁ।

ବର୍ତ୍ତମାନ ଏହାକୁ ଓଭନ୍‌ରେ ୫ ମିନିଟ୍‌ ପାଇଁ ୧୮୦ ଡିଗ୍ରୀରେ ରଖି ଦିଅନ୍ତୁ। ସମୟ ହୋଇଗଲେ ଏହାକୁ ଓଭନ୍‌ରୁ କାଢ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମସରୁମ୍‌ ମସାଲା ଟୋଷ୍ଚ । ଏହାକୁ ସସ୍‌ କିମ୍ବା ଚଟଣୀ ସହ ଗରମାଗରମ୍‌ ପରଷନ୍ତୁ।



from Odisha Reporter https://ift.tt/2xF63l7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages