ଆସିଲାନି ମଧ୍ୟାହ୍ନ ଭୋଜନ, ଉପାସ ରହିଲେ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଆସିଲାନି ମଧ୍ୟାହ୍ନ ଭୋଜନ, ଉପାସ ରହିଲେ ପିଲା

bolangiri

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମଧ୍ୟାହ୍ନ ଭୋଜନ ବଣ୍ଟନରେ ଆଜି ଘୋର ଅନିୟମିତତା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ଆସି ନ ପାରିବାରୁ ବଲାଙ୍ଗିରର ଏକାଧିକ ସ୍କୁଲର ପିଲାଙ୍କୁ ଓପାସ ରହିବାକୁ ପଡ଼ିଛି।

ବିଶେଷ କରି ମ୍ୟୁନିସିପାଲିଟି ଓ ପୁଇଁତଳା ବ୍ଲକ୍‌ର କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବାରୁ ପିଲାମାନେ କିଛି ଖାଇ ନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନ୍‌ରୁ ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନ୍‌କୁ ସାଂସଦ କଳିକେଶ ସିଂହଦେଓ ଉଦ୍‌ଘାଟନ କରିଥିଲେ।

ଏହି ସେଣ୍ଟ୍ରାଲ୍ କିଚେନ୍‌ ପରିଚାଳନା ଦାୟିତ୍ୱ କ୍ରିଷ୍ଣା କ୍ରିପା ଟ୍ରଷ୍ଟକୁ ଦିଯାଇଛି। ହେଲେ ଟ୍ରଷ୍ଟ ପକ୍ଷରୁ ଏହି ଦୁଇ ବ୍ଲକ୍‌ର କୌଣସି ସ୍କୁଲକୁ ଆଜି ଖାଇବା ପଠାଯାଇ ନଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2NOyH9q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages